ସମ୍ବଲପୁର: ଧରାପଡିଲା ସମ୍ବଲପୁର ବୁଢ଼ାରଜା ସ୍ଥିତ ମଣପୁରମ୍ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି କରିଥିବା ମୁଖ୍ୟ ଅଭିଯୁକ୍ତ । ସମ୍ବଲପୁର ପୋଲିସ ଗୌହ୍ବାଟୀରୁ ମୁଖ୍ୟ ଅଭିଯୁକ୍ତ ଉତ୍ତମ ପାଶ୍ବୱାନକୁ ଗରିଫ କରିଛି । ତାର ଘର ବିହାର ହାଜିପୁରରେ ବୋଲି ଜଣାପଡିଛି । ତାକୁ ୭ଦିନିଆ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିବ ବୋଲି ସୂଚନା ରହିଛି ।
ସୂଚନା ଅନୁସାରେ, ବୁଢ଼ାରାଜା ସ୍ଥିତ ମଣପୁରମ ଫାଇନାନ୍ସରୁ ଗତ ୩ ତାରିଖ ଦିନ ସକାଳ ୧୦ଟା ସମୟରେ ଡକାୟତି ହୋଇଥିଲା । ୬ ରୁ ୭ ଜଣ ହେଲମେଟ ପିନ୍ଧା ଡକାୟତ ଆସି ବନ୍ଧୁକ ମୁନରେ କମ୍ପାନୀର କର୍ମଚାରୀଙ୍କୁ ଧମକ ଦେଇ ଲକରରୁ ପ୍ରାୟ ୩୦ କେଜି ସୁନା ଓ ନଗଦ ୪ ଲକ୍ଷ ୮୧ ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା ।
ତେବେ ଦୀର୍ଘ ୧ ମାସ ପରେ ଉତ୍ତମକୁ ଗିରଫ କରିଛି ପୋଲିସର ସ୍ବତନ୍ତ୍ର ଟିମ୍ ।
Comments are closed.