Latest Odisha News

BREAKING NEWS

ହାଜତରେ ଈଶ୍ୱରଙ୍କ ଆତ୍ମହତ୍ୟା, ପୋଲିସ ପିଟି ପିଟି ମାରି ଦେଇଥିବା ପରିବାରର ଅଭିଯୋଗ

ଯାଜପୁର: ହାଜତରେ ଈଶ୍ୱରଙ୍କ ଆତ୍ମହତ୍ୟା । କିଏ କହୁଛି ସତ ? ପରିବାର ଲୋକଙ୍କ ଅଭିଯୋଗ ପୋଲିସ ପିଟି ପିଟି ମାରି ଦେଇଛି । ହେଲେ ପୋଲିସ କହୁଛି ଈଶ୍ୱର ଥାନା ହାଜତରେ ଆତ୍ମହତ୍ୟା କରିଛନ୍ତି । ତାହା ପୁଣି ଇଲେକ୍ଟ୍ରି ତାର ବାନ୍ଧି ହାଜତର ସ୍କାଏ ଲାଇଟରେ । ଈଶ୍ୱରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ଲୋକ ପୋଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି । ପୋଲିସ ଇଶ୍ୱରଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ମାଆ ଓ ଭଉଣୀ ।

ଅଶ୍ଲୀଳ ଫଟୋ ଭାଇରାଲ୍ ମାମଲାରେ ବଡ଼ଚଣା ଥାନା ଧାନମଣ୍ଡଳ ଫାଣ୍ଡି ପୋଲିସ ମାହାଙ୍ଗା ଥାନା ସିନ୍ଧୁପୁରର ଈଶ୍ୱର ସେଠୀଙ୍କୁ ଅଟକ ରଖିଥିଲା । ହାଜତରେ ଈଶ୍ୱର ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତୁରନ୍ତ ତାକୁ ବଡ଼ଚଣା ମେଡିକାଲରେ ପୋଲିସ ଭର୍ତ୍ତି କରିଥିବା କହୁଛି । ତେବେ ଅବସ୍ଥା ଗୁରୁତର ହେବାରୁ ସେଠାରୁ ଈଶ୍ୱରକୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ମୃତ୍ୟୁ ହୋଇଛି ।

ଯାଜପୁର ଏସଡିପିଓ ସଞ୍ଜୟ ପଟ୍ଟନାୟକ କହିଛନ୍ତି, ହାଜତ ମୃତ୍ୟୁ ହୋଇଥିବାରୁ ଘଟଣାର ତଦନ୍ତ ଡିଏସପି ରାଙ୍କର ଅଧିକାରୀ କରୁଛନ୍ତି । ତେବେ ସୁରକ୍ଷା ସତ୍ତ୍ୱେ ହାଜତରେ ପୋଲିସ ଉପସ୍ଥିତିରେ କିଭଳି ଆତ୍ମହତ୍ୟା କଲେ ଈଶ୍ୱର ? ମାନସିକ ଚାପରେ ଥିଲେ କି ? ତଦନ୍ତ ପରେ ହିଁ ସବୁକିଛି ସ୍ପଷ୍ଟ ହେବ ।

Leave A Reply

Your email address will not be published.