Latest Odisha News

BREAKING NEWS

ଏସିଆନ କପ ଟିଟିରେ ଇତିହାସ ରଚିଲେ ଭାରତର ମାନିକା

ବ୍ୟାଙ୍କକ: ଚଳିତ ଏସିଆନ କପ ଟେବୁଲ ଟେନିସ ଟୁର୍ଣ୍ଣାମେଂଟରେ ଇତିହାସ ରଚିଛନ୍ତି ଭାରତର ଷ୍ଟାର ମହିଳା ଖେଳାଳି ମାନିକା ବାତ୍ରା । ସେ ପ୍ରଥମ ଭାରତୀୟ ମହିଳା ଭାବେ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେର ଚେନ ସୁ ୟୁଙ୍କୁ ୪-୩ରେ ପରାସ୍ତ କରିଥିଲେ । ସେମି ଫାଇନାଲରେ ସେ କୋରିଆର ଜିଅନ ଜିହୀ ୟା ଓ ଜାପାନର ମିସା ଇଟୋଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲାର ବିଜେତାଙ୍କୁ ଭେଟିବେ । ପୂର୍ବରୁ ପ୍ରି-କ୍ୱାର୍ଟରରେ ମଧ୍ୟ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।

BjdElectrycity

ବିଶ୍ୱର ୭ ନମ୍ବର ଖେଳାଳି ଚୀନର ଚେନ ଜିଙ୍ଗଟାଙ୍ଗଙ୍କୁ ୪୪ ନମ୍ବର ମାନ୍ୟତାପ୍ରାପ୍ତ ମାନିକା ୮-୧୧, ୧୧-୯, ୧୧-୬, ୧୧-୬, ୯-୧୧, ୮-୧୧ ଓ ୧୧-୯ ପଂଏଟରେ ପରାସ୍ତ କରିଥିଲେ । ଏବେ ତାଙ୍କ ସେମିଫାଇନାଲ ମୁକାବିଲା ଉପରେ ଭାରତୀୟ ଟିଟି ପ୍ରଶଂସକମାନଙ୍କ ନଜର ରହିଛି । ପୁରୁଷ ସିଙ୍ଗଲ୍ସରେ ଜି ସାଥିୟାନା ଜାପାନର ୟୁକିଆ ଉଦାଙ୍କଠାରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।

Leave A Reply

Your email address will not be published.