Latest Odisha News

BREAKING NEWS

ଦେବଗଡରେ ମାଓବାଦୀ କ୍ୟାମ୍ପ ଠାବ

ଦେବଗଡ : ଦେବଗଡରେ କନସର ସଂରକ୍ଷିତ ଜଙ୍ଗଲରେ ଏକ କମ୍ବିଂ ଅପରେସନ ବେଳେ ସିଆରପିଏଫ୍ ଯବାନଙ୍କ ଦ୍ୱାରା ମଙ୍ଗଳବାର ଦିନ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି।

ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ସିଆରପିଏଫର ୧୨ ବାଟାଲିଅନ୍ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । ଏହି ଅପରେସନ୍ ସମୟରେ ମାଓବାଦୀଙ୍କ କ୍ୟାମ୍ପରୁ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ନେଇ ଜଣାପଡିଛି।

ସେଠାରୁ ୪୩ଟି ଇଲେକ୍ଟ୍ରିକ୍ ଡିଟୋନେଟର୍, ୪୫ଟି ଜିଲେଟିନ୍ ଷ୍ଟିକ୍, ରେଡିଓ, ବ୍ୟାଟେରୀ, ୫୦ମି. ଇଲେକ୍ଟ୍ରିକ୍ ତାର, ପୋଷାକ, ନକ୍ସଲ ସାମଗ୍ରୀ ଆଦି ଜବତ କରାଯାଇଥିବା ନେଇ ସୂଚନା ମିଳିଛି ।

ଆହୁରି ମଧ୍ୟ ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ ଅବସ୍ଥିତି ସମ୍ପର୍କରେ ଖବର ପାଇ ସିଆରପିଏଫ୍ ଯବାନମାନେ ଗତ ରବିବାର ଦିନ ଠାରୁ ବଡ ଧରଣର କମ୍ବିଂ ଅପରେସନ ଆରମ୍ଭ କରିଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.