Latest Odisha News

BREAKING NEWS

ଗଦି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

କଟକ: ସାଲେପୁର ରାସ୍ତା ପଦମପୁର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ଏକ ଗଦି ଫ୍ୟାକ୍ଟ୍ରିରେ ହଠାତ୍ ନିଆଁ ଲାଗିବା ପରେ ଦେଖାଦେଇଥିଲା ଆତଙ୍କ। ନିଆଁ ଏତେ ଭୟଙ୍କର ଥିଲା ଯେ, ମୁହୂର୍ତ୍ତକ ମଧ୍ୟରେ ସମଗ୍ର ଫ୍ୟାକ୍ଟ୍ରି ଜଳିଗଲା। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ। କଟକ ପଦ୍ମପୁରଠାରେ ଥିବା ଏକ ଗଦି ତିଆରି କମ୍ପାନୀରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ସାଲେପୁର ଦମକଳ କେନ୍ଦ୍ର ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାସହ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର ଓ କଟକ ବକ୍ସି ବଜାର ଦମକଳ କେନ୍ଦ୍ରରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାୟ ତିନି ଘଣ୍ଟାର ଉଦ୍ୟମ ପରେ ନିଆଁ ଲିଭିଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଗଦି, କଞ୍ଚାମାଲ ଓ ଯନ୍ତ୍ରପାତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ସେହିପରି ଗତ କିଛି ଦିନ ତଳେ କଟକ ପ୍ରେସଛକ ମାଛ ମାର୍କେଟରେ ଅଗ୍ନିକାଣ୍ଡ ଘଟିଥିଲା । ରାତି ପ୍ରାୟ ୩ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ସେହି ଅଗ୍ନିକାଣ୍ଡରେ ପ୍ରେସଛକରେ ଥିବା ମାଛ ମାର୍କେଟ ପୋଡ଼ି ପାଉଁଶ ହୋଇଯାଇଥିଲା । ପାଖାପାଖି ୩୦ରୁ ଅଧିକ ଦୋକାନ ପୋଡ଼ିଯାଇଥିଲା । ମାଛ ମାର୍କେଟ୍ ନିକଟସ୍ଥ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମଧ୍ୟ ନିଆଁ ଲାଗିଯାଇଥିଲା । ଯାହା କଟକରେ ଆତଙ୍କ ସୃଷ୍ଟି କରିଥିଲା । ଅଗ୍ନିକାଣ୍ଡଟି ସର୍ଟସର୍କିଟ ଯୋଗୁ ହୋଇଥିବା ଅନୁମାନ କରାଯାଉଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା ।

Leave A Reply

Your email address will not be published.