Latest Odisha News

BREAKING NEWS

ପଶୁ ଚିକିତ୍ସାଳୟରେ ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହେଲା ହନୁ

ଭୁବନେଶ୍ୱର : ପଶୁ ଚିକିତ୍ସାଳୟରେ ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହେଲା ହନୁ ।  ସୋଆ ସହରାଞ୍ଚଳ ପଶୁ ଚିକିତ୍ସାଳୟରେ ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହୋଇଛି ହନୁ ମାଙ୍କଡ଼ଟିଏ । ଏ ମାଙ୍କଡ଼କୁ କେହି ଆଣିନଥିଲେ । ସେ ନିଜେ ହିଁ ଚାଲି ଆସିଥିଲା ହସ୍ପିଟାଲକୁ ।  ଡାକ୍ତରଙ୍କୁ ଦେଖି ହାତ ଧରି ନେଇଥିଲା । କିଛି କହିନପାରିଲେ ବି ଯେମିତି ଅନେକ କିଛି କହିବାକୁ ଚାହୁଁଥିଲା ।

BjdElectrycity

ମାଙ୍କଡ଼ର ଏ ହାବଭାବ ସଭିଙ୍କୁ ଚକିତ କରିଥିଲା । ଅନେକ ଅନୁଧ୍ୟାନ ପରେ ସୋଆର ପଶୁ ଚିକିତ୍ସକ ଟିମ୍‌ ବୁଝିପାରିଥିଲେ- ହନୁର ଅସୁସ୍ଥତାକୁ । କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ହନୁଟି ଯନ୍ତ୍ରଣାରେ ଥିବା ଡାକ୍ତରୀ ଟିମ୍‌ ଜାଣିପାରିଲେ ।  ପଶୁ ଚିକିତ୍ସାଳୟର ଉଦଘାଟନ ସହ ପ୍ରଥମ ରୋଗୀ ଭାବେ ଆରମ୍ଭ ହୋଇଥିଲା ହନୁର ଅସ୍ତ୍ରୋପଚାର ।

ସୋଆ ସହରାଞ୍ଚଳ ପଶୁ ଚିକିତ୍ସାଳୟ ଉଦ୍‌ଘାଟନ ବେଳେ ଅଚାନକ ପାଖ ଗଛରୁ ଡେଇଁ ଚାଲି ଆସିଥିଲା ହନୁ ମାଙ୍କଡ଼ଟି । ନା ଆକ୍ରମଣ କଲା ନା କିଛି କ୍ଷତି ପହଞ୍ଚାଇଲା । କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ ମହାପାତ୍ରଙ୍କ ହାତକୁ କିଛି ସମୟ ଧରି ବସିଲା ହନୁଟି । ପରେ ପଶୁ ଚିକିତ୍ସିକ ତା’ ପାଖରେ ପହଞ୍ଚିବାରୁ ତାଙ୍କ ହାତ ବି ଧରିଲା ।

ହନୁର ପ୍ରଥମେ ଟ୍ରାଙ୍କୁଲାଇଜ କରାଗଲା । ପରେ ତା’ର ଅସ୍ତ୍ରୋପଚାର ହେଲା । ସୁସ୍ଥ ହେବା ପରେ ହନୁଟି ହସ୍ପିଟାଲରୁ ଆପେ ଆପେ ପଳାଇଥିଲା ।

ଘଟଣାଟି ଛୋଟିଆ ହୋଇପାରେ । ମାତ୍ର ସଭିଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏହି ଘଟଣା ।

Leave A Reply

Your email address will not be published.