Latest Odisha News

BREAKING NEWS

ପାଗଳ ଶଦ୍ଦ ଶୁଣି ମାଆକୁ ଛୁରୀ ଭୂଷିଲା ପୁଅ; ଘରେ ଲଗାଇ ଦେଲା ନିଆଁ

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ମାନସିକ ବିକୃତ ଯୁବକ ‘ପାଗଳ’ ଶଦ୍ଦ ଶୁଣି ନିଜ ମାଆଙ୍କୁ ଛୁରୀରେ ଭୂଷିବା ସହ ଘରେ ନିଆଁ ଲଗାଇ ଦେଇଛି । ଏହି ଘଟଣାରେ ମାଆ ରାନୁ ଶାହା (୫୯)ଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ  ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନାଅନୁସାରେ, ରାନୁ ଶାହା  ତାଙ୍କ ସ୍ୱାମୀ ଏବଂ ୨୭ ବର୍ଷର ମାନସିକ ବିକୃତ ପୁଅ ଅତରୀଶ ସହ ଗୁରୁଗ୍ରାମ ସ୍ଥିତ ଭିପୁଲ ଗ୍ରୀନ ସୋସାଇଟିରେ ରହୁଥିଲେ । ହେଲେ ଗତକାଲି ବିଳମ୍ୱିତ ରାତିରେ ଫ୍ଲାଟରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ  ଘଟଣାସ୍ଥଳରେ ପହଞ୍ଚି ରାନୁ ଶାହାଙ୍କ ଘର କବାଟ ଭାଙ୍ଗିଥିଲା । ଆଉ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ  ଭର୍ତ୍ତି  କରିଥିଲା ।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରାନୁ ଶାହାଙ୍କ ପୁଅ ଅତରୀଶ ସବୁବେଳେ ମାଆଙ୍କୁ ମାଡ଼ ମାରିଥାଏ ।  ଗତକାଲି କିଛି କଥାକୁ ନେଇ ସ୍ନେହରେ ରାନୁ ଅତରୀଶଙ୍କୁ ପାଗଳ ବୋଲି କହି ଦେଇଥିଲେ । ଏହି  କାରଣରୁ ରାଗିଯାଇଥିବା  ଅତରୀଶ ପ୍ରଥମେ ଛୁରୀରେ ମାଆ ରାନୁ ଶାହାଙ୍କୁ ଆକ୍ରମଣ କରିଥିଲା । ଏହାପରେ ଘରେ ନିଆଁ ଲାଗାଇ ଦେଇଥିଲା । ତେବ ଏହି ଘଟଣା ସମୟରେ ରାନୁ ଶାହାଙ୍କ ସ୍ୱାମୀ  ଘରେ ଉପସ୍ଥିତ ନଥିଲେ ବୋଲି ଜଣାପଡ଼ିଛି ।

ପୁଲିସ ମୃତଦେହକୁ ଜବତ କରି  ତଦନ୍ତ ଆରମ୍ଭ କରିଛି ।  ଖବର ଲେଖାଯିବା ସୁଦ୍ଧା ଅଭିଯୁକ୍ତ ପୁଅକୁ ଗିରଫ କରାଯାଇଛି କି ନାହିଁ  ସୂଚନା ମିଳି ନାହିଁ ।

Leave A Reply

Your email address will not be published.