Latest Odisha News

BREAKING NEWS

ଜଙ୍ଗଲ ଭିତରେ ଚାଲିଥିଲା ଗଞ୍ଜେଇ ଚାଷ, ମାଡି ବସିଲା ବନବିଭାଗ

ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ପୁଣି ବେଆଇନ ଅଫିମ ଚାଷ ଜମିରେ ମିଳିତ ଚଢ଼ାଉ କରିଛି ଅବକାରି ବିଭାଗ । ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳର ୩ଟି ସ୍ଥାନରେ ଚଢାଉକରି ୯ଲକ୍ଷ ୧୦ହଜାର ଅଫିମ ଗଛକୁ ଜାଳି ନଷ୍ଟ କରିଦେଇଛି ବନ ବିଭାଗ । ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୮କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି କୁହାଯାଇଛି । ଏନେଇ ଯଶିପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ତେବେ ଘଟଣାରେ କାହାକୁ ଗିରଫ କରାଯାଇନହିଁ ।

ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ୩ଟି ସ୍ଥାନରେ ଚଢାଉ କରିଥିଲା । ବକୁଆ ଏବଂ କୁକୁରଭୁକା ଗାଆଁରେ ଚାଷ ହୋଇଥିବା ୫ଲକ୍ଷ ୨୫ହଜାର ଅଫିମ ଗଛ ନଷ୍ଟ କରିଛି ଅବକାରୀ ବିଭାଗ । ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ୧୦ କୋଟି ୬୬ଲକ୍ଷ ବୋଲି କୁହାଯାଇଛି । ସେପଟେ ଯଯଗଡରେ ଥିବା ୧୧ଏକର ଚାଷ ଜମିରେ ହୋଇଥିବା ଗଞ୍ଜେଇ ଚାଷରେ ଚଢାଉ କରି ୩ଲକ୍ଷ ୮୫ହଜାର ଗଞ୍ଜେଇ ଗଛ ନଷ୍ଟ କରିଛି । ଏଠାରୁ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭କୋଟି ୭୦ଲକ୍ଷ ହେବା ନେଇ ସୂଚନା ମିଳିଛି । ତେବେ ସମୁଦାୟ ୩ଟି ସ୍ଥାନରୁ ୧୮କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ନଷ୍ଟ କାରାଯାଇଥିବା ସୂଚନା ଦେଇଛି ଅବକାରୀ ବିଭାଗ ।

ଏନେଇ ଯଶିପୁର ଅବକାରୀ ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଜଡ଼ିତଙ୍କ ସମ୍ବନ୍ଧରେ ତଦନ୍ତ ଜାରି ରହିଛି ବୋଲି ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.