Latest Odisha News

ତେଲ ଏବଂ ଉଦନ୍ତୀ ଉପରେ ବ୍ୟାରେଜ ନିର୍ମାଣ କରୁଛି ଛତିଶଗଡ, ମନ୍ତ୍ରୀ ରଖିଲେ ବିତଣ୍ଡା ଯୁକ୍ତି

ଭୁବନେଶ୍ୱର: ଛତିଶଗଡ ଦ୍ୱାରା ତେଲ ଏବଂ ଉଦନ୍ତୀ ନଦୀରେ ବ୍ୟାରେଜ୍ ନିର୍ମାଣ ଓଡ଼ିଶା ପାଇଁ ଏକ ଗୁରୁତର ବିପଦ ଭାବରେ ଦେଖାଯାଉଛି । ବିଭିନ୍ନ ଖବରକାଗଜରେ ଏ ନେଇ ଖବର ପ୍ରକାଶ ପାଇବା ପରେ ମିଡିଆର ପ୍ରଶ୍ନରେ ରାଜ୍ୟ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର କହିଛନ୍ତି ଯେ, ନିର୍ମାଣରେ କୌଣସି ଅସୁବିଧା ନାହିଁ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଆପଣ ଯାଇ କାମ ବନ୍ଦ କରନ୍ତୁ।

ମନ୍ତ୍ରୀଙ୍କର ଏପରି ବିତଣ୍ଡା ଯୁକ୍ତି ସଂପୃକ୍ତ ପ୍ରସଙ୍ଗରେ ନିଜର ଅନୁଭବ କମ୍ ବୋଲି ଦର୍ଶାଇଛି। ଯଦି ମନ୍ତ୍ରୀ ଏପରି ବେପରୁଆ ଭାବେ ମନ୍ତବ୍ୟ ରଖିବେ ତାହାଲେ ଏହା ଛତିଶଗଡକୁ ସୁହାଇପାରେ ।

ଛତିଶଗଡ଼ କେମିତି ଗୋଟିଏ ପରେ ଗୋଟିଏ ଅନେକ ନିର୍ମାଣ କାମ କରୁଛି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ମନ୍ତ୍ରୀ କହିଥିଲେ, ଆପଣ ଯାଇ କାମ ବନ୍ଦ କରୁନାହାନ୍ତି କାହିଁକି? ଆମେ କ’ଣ କରିପାରିବା? ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛତିଶଗଡ଼ ଏବେ ତେଲ ଓ ଉଦନ୍ତୀ ନଦୀରେ ବ୍ୟାରେଜ୍ କାମ ଆରମ୍ଭ କରିନାହିଁ। ଅସୁବିଧା କ’ଣ (ଛତିଶଗଡ଼ ଯଦି ବ୍ୟାରେଜ୍ ନିର୍ମାଣ କରୁଛି)? ଆମେ ଟ୍ରିବ୍ୟୁନାଲକୁ ଯାଇଛୁ ଏବଂ ଏହା ଏଯାଏ ନିଷ୍ପତ୍ତି ଆସିନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଟ୍ରିବ୍ୟୁନାଲ ଏହି ପ୍ରସଙ୍ଗରେ ନିଷ୍ପତ୍ତି ଦେବା ପରେ ହିଁ ଆମେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ। ନ୍ୟାୟିକ ବ୍ୟବସ୍ଥା ଉପରେ ଆମର ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ଆଶା ଅଛି, ଆମକୁ ନ୍ୟାୟ ମିଳିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଆଇନକୁ ହାତକୁ ନେବାର କୌଣସି ଅର୍ଥ ନାହିଁ।

Leave A Reply

Your email address will not be published.