Latest Odisha News

BREAKING NEWS

କୋଭିଡ ଟେଷ୍ଟିଂ ବଢାଇବାକୁ କେନ୍ଦ୍ର ସରକାରଙ୍କ ଚିଠି

ନୂଆଦିଲ୍ଲୀ: କୋଭିଡ ଟେଷ୍ଟିଂ ବଢାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । କିଛି ଦିନ ହେଲା ଦେଶର କରୋନା ଗ୍ରାଫ୍ ତଳମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରୁ ୨.୩୮ ଲକ୍ଷ ପଜିଟିଭ୍ କେସ୍ ଆସିଛି ।

ଗତକାଲି ତୁଳନାରେ ଏହା ୭.୮ ପ୍ରତିଶତ କମ୍ ହୋଇଛି । ଅନ୍ୟପଟେ ରବିବାର ଦେଶରେ ପଜିଟିଭିଟି ରେଟ୍ ୧୪.୭୮ ଅଛି । ସୋମବାର ଏହା ହ୍ରାସ ପାଇ ୧୩.୧୧ ପ୍ରତିଶତରେ ପହଞ୍ଚିଥିଲା । ଦିଲ୍ଲୀ ଓ ମୁମ୍ବାଇରେ ସଂକ୍ରମଣ ମଧ୍ୟ କମ୍ ରହିଛି । ହେଲେ ଦେଶରେ ସଂକ୍ରମଣ ହ୍ରାସ ପାଉଥିବାବେଳେ, ଟେଷ୍ଟିଂ ମଧ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ଯାହାକୁ ଦେଖିବା ପରେ ଟେଷ୍ଟିଂ ବଢାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

କରୋନା ଟେଷ୍ଟିଂ କମ ହେବାର କାରଣ, ଆଇସିଏମଆରର ନୂଆ ଗାଇଡଲାଇନ ବୋଲି କୁହାଯାଉଛି ।

Comments are closed, but trackbacks and pingbacks are open.