Latest Odisha News

BREAKING NEWS

ମୋଷ୍ଟଓ୍ୱାଣ୍ଟେଡ୍ ମାଓବାଦୀ ସନ୍ଦୀପ ଯାଦବର ସନ୍ଦେହଜନକ ମୃତ୍ୟୁ

୬ ରାଜ୍ୟ ପାଇଁ ମୋଷ୍ଟୱାଣ୍ଟେଡ୍, ମୁଣ୍ଡ ପାଇଁ ଥିଲା ୮୪ ଲକ୍ଷର ପୁରସ୍କାର

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ସନ୍ଦୀପ ଯାଦବଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ବିହାର ଗୟାର ବଙ୍ଗାବଜାର ଗାଁରେ ତାର ମୃତ୍ୟୁ ହୋଇଛି । ସନ୍ଦୀପଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବା କେମିତି ଓ କେଉଁ ପରିସ୍ଥିତିରେ ତାର ମୃତ୍ୟୁ ହେଲା । ବ୍ୟବଚ୍ଛେଦ ପରେ ମୃତଦେହକୁ ସନ୍ଦୀପର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଗୟା ପୋଲିସ ।

୨୫ ବର୍ଷ ଧରି ମାଓବାଦୀ ସଂଗଠନରେ ସକ୍ରିୟ ଥିଲା ସନ୍ଦୀପ ଯାଦବ । ୬ଟି ରାଜ୍ୟ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ୍ । ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ତା ନାଁରେ ୫ ଶହରୁ ଅଧିକ ହତ୍ୟା ଓ ଅପରାଧିକ ମାମଲା ରହିଥିଲା । ସନ୍ଦୀପର ମୁଣ୍ଡ ଉପରେ ମୋଟ୍ ୮୪ ଲକ୍ଷର ପୁରସ୍କାର ଘୋଷଣା ହୋଇଥିଲା । ସେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଓ ବିହାର ରାଜ୍ୟ ପ୍ରଭାରୀ ଥିଲା ।

Leave A Reply

Your email address will not be published.