Latest Odisha News

BREAKING NEWS

ବୌଦ୍ଧ ହାତୀ ମୃତ୍ୟୁ ଘଟଣା: ୩ ବନ କର୍ମଚାରୀ ସସପେଣ୍ଡ

ଦୁଇ ଦିନରେ ଜଙ୍ଗଲରୁ ଦୁଇଟି ହାତୀର ମୃତଦେହ ମିଳିଥିଲା

ବୌଦ୍ଧ: ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବୌଦ୍ଧ ଜିଲ୍ଲା ବଘିଆପଡ଼ା ରେଞ୍ଜରେ ଦୁଇ ହାତୀ ମୃତ୍ୟୁ ଘଟଣାରେ ୩ ଜଣ ବନ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ବାଘିଆପଡ଼ା ସେକ୍ସନ ଫରେଷ୍ଟର ସୁଶୀଳ ହୋତା, ଜାମଖୋଲ ବିଟ୍ ଫରେଷ୍ଟ ଗାର୍ଡ ଜ୍ୟୋତିରଞ୍ଜନ ବାରିକ ଓ ଫରେଷ୍ଟ ଗାର୍ଡ ଶରତ ଚନ୍ଦ୍ର ବାରିକଙ୍କୁ ସସପେଣ୍ଡ କରାଯାଇଛି ।

ଗତ ଦୁଇ ଦିନ ଭିତରେ ବୌଦ୍ଧ ବନଖଣ୍ଡ ଅଞ୍ଚଳରୁ ଦୁଇଟି ହାତୀର ମୃତଦେହ ଠାବ ହୋଇଥିଲା । ପ୍ରଥମେ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରୁ ଦାନ୍ତ ବିହୀନ ଦନ୍ତା ହାତୀର ମୃତଦେହ ଠାବ ହୋଇଥିଲା । ଶିକାରୀ ମାନେ ହାତୀଟିର ଦାନ୍ତ କାଟି ନେଇଥିଲେ । ତଦନ୍ତ ପୂର୍ବରୁ ରାତିଅଧିଆ ହାତୀର ମୃତଦେହକୁ ପୋତି ଦେଇଥିଲା ବନବିଭାଗ । ବୁଧବାର ଦିନ ଆଉ ଏକ ହାତୀର ମୃତଦେହ ମିଳିଥିଲା । କାର୍ଯ୍ୟରେ ଅବହେଳା ଦର୍ଶାଇ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।

Leave A Reply

Your email address will not be published.