Latest Odisha News

BREAKING NEWS

ପ୍ରେମିକାକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ପରେ ନିଜ ଦେହରେ ନିଆଁ ଲଗାଇଦେଲା ପ୍ରେମିକ

ମୁମ୍ବାଇ : ପ୍ରେମିକା ଦେହରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିବା ପରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛି ପ୍ରେମିକ । ଘଟଣାସ୍ଥଳରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପ୍ରେମିକାର ମୃତ୍ୟୁ ହୋଇଛି । ମୁମ୍ବାଇର ମେଘୱାଡ଼ି ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଆଶ୍ଚର୍ଯ୍ୟକର ଘଟଣା ।

ସୂଚନା ଅନୁସାରେ, ମୁମ୍ବାଇର ପୂର୍ବ ଜାଗେଶ୍ୱରୀର ଗାନ୍ଧି ନଗରରେ ରହୁଥିବା ଅଭିଯୁକ୍ତ ବିଜୟ ଓ ପୀଡ଼ିତା ଯୁବତୀ ଉଭୟଙ୍କୁ ୪ ବର୍ଷ ହେଲା ଜାଣିଥିଲେ । ବିଜୟ, ଯୁବତୀ ଜଣଙ୍କୁ ବିବାହ କରିବାକୁ ଚାହୁଁଥିଲା । କିନ୍ତୁ, ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ଯୁବତୀଙ୍କ ପରିବାର । ଏହାପରେ ବିଜୟ, ଯୁବତୀ ଜଣଙ୍କୁ ହଇରାଣ ହରକତ କରି ଚାଲିଥିଲା । ଫେବୃଆରି ୬ ତାରିଖରେ ମାମଲାକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲା ବିଜୟ । ଯୁବତୀ ଜଣଙ୍କ ଘରେ ଥିବା ବେଳେ ପହଞ୍ଚିଥିଲା ବିଜୟ । ଆଉ ସଙ୍ଗେ ସଙ୍ଗେ ପେଟ୍ରୋଲ ଢ଼ାଳି ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା । ପରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲା ବିଜୟ ।

ଉଭୟଙ୍କ ଦେହରେ ନିଆଁ ଲାଗିଥିବା ଦେଖି ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ । କିଛି ସମୟ ପରେ ବିଜୟର ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ଯୁବତୀଙ୍କ ଡାକ୍ତରଖାନା ନିଆଁଯାଇଥିଲା । କିନ୍ତୁ ଆଜି ଯୁବତୀଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.