Latest Odisha News

BREAKING NEWS

ଉନ୍ମୋଚିତ ହେଲା ‘ଭୋକ’ର ସଙ୍ଗୀତ ଓ ପୋଷ୍ଟର

ଭୁବନେଶ୍ୱର : ଜ୍ୟୋତି ପ୍ରଡକସନ ଆନୁକୂଲ୍ୟରେ ନିର୍ମିତ ଚଳଚ୍ଚିତ୍ର ଭୋକର ସଙ୍ଗୀତ ଓ ପୋଷ୍ଟର , ସ୍ଥାନୀୟ ପାନ୍ଥନିବାସର ସମ୍ମିଳନୀ କକ୍ଷରେ ଉନ୍ମୋଚିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଚଳଚ୍ଚିତ୍ରର କାହାଣୀ ଓ ସଂଳାପ ରଞ୍ଜନ କୁମାର ଦାସ ଲେଖିଛନ୍ତି। ରାଜୀବ ମହାନ୍ତି ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି। ଏହି ଚଳଚ୍ଚିତ୍ରରେ କୁନା ତ୍ରିପାଠୀ, କାବ୍ୟା, ଅଙ୍କିତ, ପୁଷ୍ପା ପଣ୍ଡା, ଚିରଞ୍ଜିବୀ, ବାସୁଦେବ ମାଲ ବିଶୋଇ , ସୁବୋଧ ଆଚାର୍ଯ୍ୟ, ଅବନୀ ମିଶ୍ର, ଦେବାଶିଷ ପାଢ଼ୀ ଓ ସୁବକାନ୍ତ ପାଢ଼ୀ ପ୍ରମୁଖ ଅଭିନୟ କରିଛନ୍ତି।

Leave A Reply

Your email address will not be published.