Latest Odisha News

BREAKING NEWS

କ୍ୟାରିୟରର ୧୪ତମ ଫ୍ରେଂଚ ଓପନ ଟାଇଟଲ ଜିତିଲେ ନାଡାଲ

ପ୍ୟାରିସ: ସ୍ପେନର ମହାନ ଟେନିସ ଖେଳାଳି ରାଫେଲ ନାଡାଲ କ୍ୟାରିୟରର ୧୪ତମ ଫ୍ରେଂଚ ଓପନ ଟାଇଟଲ ହାସଲ କରିଛନ୍ତି । ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ନରୱେର କ୍ୟାସପର ରୁଡଙ୍କୁ ୬-୩, ୬-୩ ଓ ୬-୦ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ନାଡାଲଙ୍କ କ୍ୟାରିୟରର ଏହା ୨୨ତମ ଗ୍ରାଣ୍ଡସ୍ଲାମ ଟାଇଟଲ । ରୋଜର ଫେଡେରର ଓ ନୋଭାକ ଜୋକୋଭିଚ ୨୦ଟି ଲେଖାଁଏ ଗ୍ରାଣ୍ଡସ୍ଲାମ ଜିତି ନାଡାଲଙ୍କ ପଛକୁ ରହିଛନ୍ତି । ୩୬ ବର୍ଷ ବୟସରେ ସବୁଠାରୁ ବୟସ୍କ ଖେଳାଳି ଭାବେ ଫ୍ରେଂଚ ଓପନ ଜିତିବା କୀର୍ତିମାନ ସ୍ଥାପନ କରିଛନ୍ତି ।

କ୍ଲେ କୋର୍ଟ କିଙ୍ଗ ଭାବେ ପରିଚିତ ନାଡାଲ ୨୦୦୩ରୁ ୨୦୦୭ ପର୍ଯ୍ୟନ୍ତ ଏକପ୍ରକାର ଅପାରଜେୟ ରହିଥିଲେ । ସେ କେବଳ କ୍ଲେ କୋର୍ଟରେ ଭଲ ଖେଳନ୍ତି ବୋଲି ସମୀକ୍ଷକମାନେ କହିଥିଲେ । ତେବେ ୨୦୦୮ରେ ରୋଜର ଫେଡେରରଙ୍କୁ ହରାଇ ୱିମ୍ବେଲଡନ ଟାଇଟଲ ହାସଲ କରିବା ସହ ସମାଲୋଚକଙ୍କ ମୁହଁ ବନ୍ଦ କରିଥିଲେ ।

Leave A Reply

Your email address will not be published.