Latest Odisha News

BREAKING NEWS

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ହକିରେ ଚଣ୍ଡୀଗଡକୁ ହରାଇଲା ଓଡିଶା

ଭୁବନେଶ୍ୱର: ହରିୟାଣାରେ ଖୋଲୋ ଇଣ୍ଡିଆ ୟୁଥ ଗେମ୍ସର ୪ର୍ଥ ସଂସ୍କରଣ ଅନୁଷ୍ଠିତ ହେଉଛି । ରବିବାର ହକିରେ ଓଡିଶା ତାର ଅଭିଯାନ ଚଣ୍ଡୀଗଡ ବିପକ୍ଷରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ କରିଛି । ପୁରୁଷ ବିଭାଗରେ ଓଡିଶା ୨-୦ରେ ଚଣ୍ଡୀଗଡକୁ ପରାସ୍ତ କରିଛି । ରୋହିତ ସିଂ ଓ ଦୀପକ ମିଞ୍ଜ ୨ଟି ଯାକ ଗୋଲ ସ୍କୋର କରିଥିଲେ । ସମ୍ପୂର୍ଣ୍ଣ ମ୍ୟାଚରେ ଚଣ୍ଡୀଗଡକୁ ମ୍ୟାଚରେ ପ୍ରତ୍ୟାବର୍ତନ କରିବା ପାଇଁ ଓଡିଶା ଖେଳାଳିମାନେ କୌଣସି ସୁଯୋଗ ଦେଇ ନ ଥିଲେ । ମହିଳା ବିଭାଗରେ ମଧ୍ୟ ଓଡିଶା ୧-୦ ଗୋଲରେ ହରିୟାଣାକୁ ପରାସ୍ତ କରିଛି । ଏହି ରୋମାଂଚକ ମୁକାବିଲାରେ ଶେଷରେ ଓଡିଶା ବାଜି ମାରିଥିଲା । ଚଳିତ ୟୁଥ ଗେମ୍ସରେ ଓଡିଶାର ଏହା କ୍ରମାଗତ ଦ୍ୱିତୀୟ ବିଜୟ ।

ଜୁନ ୪ରୁ ୧୩ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଭା ସନ୍ଧାନ ମୁକାବିଲାରେ ୮୫୦୦ ଖେଳାଳି, କୋଚ ଓ ସପୋର୍ଟିଂ ଷ୍ଟାଫ ଅଂଶଗ୍ରହଣ କରୁଛନ୍ତି । ଓଭରାଲ ୧୮୬୬ ପଦକ ପାଇଁ ମୁକାବିଲା ହେବ । ଏଥିରେ ୫୪୫ ସ୍ୱର୍ଣ୍ଣ, ୫୪୫ ରୌପ୍ୟ ଓ ୭୭୬ ବ୍ରୋଞ୍ଜ ପଦକ ରହିଛି । ଓଡିଶା ଚଳିତ ସଂସ୍କରଣରେ ରବିବାର ସୁଦ୍ଧା କୌଣସି ପଦକ ହାସଲ କରିପାରି ନାହିଁ ।

Leave A Reply

Your email address will not be published.