Latest Odisha News

BREAKING NEWS

ସ୍ପେନ୍ ଗସ୍ତ ଲାଗି ୨୧ ବର୍ଷରୁ କମ୍ ଭାରତୀୟ ହକି ଦଳରେ ଓଡିଶାର ୩ ଖେଳାଳି, ଅଭିନନ୍ଦନ ଜଣାଇଲେ ନବୀନ

ନୂଆଦିଲ୍ଲୀ : ସ୍ପେନରେ ଆରମ୍ଭ ହେବାକୁ ଥିବା ୮ ଦେଶୀୟ ୨୧ ବର୍ଷରୁ କମ୍ ହକି ପ୍ରତିଯୋଗିତାରେ ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ୩ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଓଡିଶାର ଏହି ୩ ଜଣ ହକି ଖେଳାଳୀ ସୁମନ ବେକ୍, ପ୍ରତାପ ଲାକ୍ରା ଏବଂ ସୁଦୀପ ଚିର୍ମାକୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟ୍ ଜୁନ୍ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ଆଗାମୀ ୮ ଦେଶୀୟ ପ୍ରତିଯୋଗିତାରେ ଭାରତ ବ୍ୟତୀତ ବେଲ୍ଜିୟମ୍, ଜର୍ମାନି, ବ୍ରିଟେନ୍, ଆର୍ଜେଣ୍ଟିନା, ଅଷ୍ଟ୍ରିଆ, ନେଦରଲାଣ୍ଡ୍ ଓ ଆୟୋଜକ ସ୍ପେନ୍ ପ୍ରତିଦ୍ୱନ୍ଦିତା କରିବେ।

ଘୋଷିତ ୧୮ ଜଣିଆ ଦଳର ଅଧିନାୟକ ମନଦୀପ୍ ମୋର୍ ହୋଇଥିବାବେଳେ ପ୍ରସାନ୍ତ କୁମାର ଚୌହାନ ଓ ପୱନ୍ (ଗୋଲକିପର୍), ଡିଫେଣ୍ଡର ଭାବେ ମନଦୀପ୍ ମୋର୍, ପ୍ରତାପ ଲାକ୍ରା, ସଞ୍ଜୟ, ଆକାଶଦୀପ୍ ସିଂହ ଜୁନିୟର, ସୁମନ ବେକ୍ ଏବଂ ପରମପ୍ରୀତ୍ ସିଂହ ରହିଛନ୍ତି ।

Leave A Reply

Your email address will not be published.