Latest Odisha News

ରାଜ୍ୟର ୫ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ଓଡିଶାର କିଛି ସ୍ଥାନରେ ଦିନକୁଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାବେଳେ ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି ।

ସୁନ୍ଦରଗଡ, କେନ୍ଦୁଝର,,ଦେବଗଡ, ନୟାଗଡ ଓ ମୟୁରଭଞ୍ଜ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରତିଘଣ୍ଟା ୩୦ରୁ ୪୦ କିମି.ବେଗରେ ପବନ ବୋହିବା ସହ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।

ଏହି ୫ଟି ଜିଲ୍ଲା ଗୁଡିକରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆହୁରି ମଧ୍ୟ ଏହିସବୁ ଜିଲ୍ଲାଗୁଡିକରେ ପ୍ରାୟ ଦ୍ୱିପ୍ରହର ୨ଟା ୪୫ମି.ରୁ ସନ୍ଧ୍ୟା ୫ରୁ ୬ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.