Latest Odisha News

ଘୋଷିତ ହେଲା ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକା; ସ୍ଥାନ ପାଇଲେ ନବୀନ ଓ ଧର୍ମେନ୍ଦ୍ରଙ୍କ ସମେତ ୪ଜଣ ଓଡ଼ିଆ

ଭୁବନେଶ୍ୱର: ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆନ ଏକ୍ସପ୍ରେସ’ ପକ୍ଷରୁ ୧୦୦ ଜଣ ଶକ୍ତିଶାଳୀ ଭାରତୀୟଙ୍କ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଭାବେ ସ୍ଥାନ ପାଇଛନ୍ତି ।

ଏହି ତାଲିକାର ୩୯ତମ ସ୍ଥାନରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଦୀର୍ଘ ୨୦ ବର୍ଷ ଧରି ଲଗାତର ଭାବେ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ଶାସନ ଦାୟିତ୍ୱ ଗ୍ରହଣ କରୁଥିବା ନବୀନ ମଧ୍ୟ ଲଗାତର ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା ଭାବେ ନବୀନ ଏବେ ମଧ୍ୟ ରାଜ୍ୟରେ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ବିଜୁ ଜନତା ଦଳର ସଭାପତି ଭାବେ ଦଳକୁ ଶୀର୍ଷସ୍ଥାନରେ ପହଞ୍ଚାଇ ରାଜ୍ୟରେ ଏକ ଶକ୍ତିଶାଳୀ ସରକାରକୁ ସଫଳତାର ସହିତ ପରିଚାଳିତ କରୁଛନ୍ତି ନବୀନ ।

ଏହି ୭୨ ବର୍ଷ ବୟସ୍କ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୧୮ ବିଶ୍ୱକପ ହକି ସଫଳତାର ସହିତ ଅନୁÂିତ ହୋଇପାରିଥିଲା । ନବୀନ ଫନୀ ବାତ୍ୟା ପୁନରୁଦ୍ଧାର ହେଉ କିମ୍ବା ବାତ୍ୟା ପୂର୍ବବର୍ତ୍ତୀ ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀତ କରିବା ପରି କାର୍ଯ୍ୟ ଯୋଗୁଁ କେବଳ ଦେଶରେ ନୁହେଁ ବରଂ ବିଶ୍ୱସ୍ତରରେ ନବୀନ ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି ।

ସେହିପରି ଏହି ତାଲିକାର ୧୪ତମ ସ୍ଥାନରେ ରହିଛନ୍ତି ଓଡ଼ିଶା ବିଜେପିର ଅତି ପରିଚିତ ମୁହଁ ତଥା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୮ ମସିହାର ଏହି ତାଲିକାର ୩୨ତମ ସ୍ଥାନରେ ରହିଥିବା ଧର୍ମେନ୍ଦ୍ର ୨୦୧୯ରେ କିଛି ସ୍ଥାନ ଉପରକୁ ଉଠିପାରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଏହି ଟାଣୁଆ ନେତା ଜଣକ ମୋଦୀ ସରକାରଙ୍କ ପ୍ରଥମ ପାଳିରେ ନିଜର ପଦବୀକୁ ବଳବତ୍ତର ରଖିପାରିଛନ୍ତି । ଆଗାମୀ ନିର୍ବାଚନରେ ଧର୍ମେନ୍ଦ୍ର ବିଜେପିକୁ ବିପୁଳ ବିଜୟ ଦେବା ଲକ୍ଷ୍ୟରେ ରହିଛନ୍ତି ।

ଶକ୍ତିଶାଳୀ ୧୦୦ ଜଣ ଭାରତୀୟଙ୍କ ତାଲିକାରେ ଆଉ ଦୁଇଜଣ ଓଡ଼ିଆ ମଧ୍ୟ ସ୍ଥାନ ପାଇ ପାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରମୁଖ ସଚୀବ ପି କେ ମିଶ୍ର ଏବଂ ଅନ୍ୟ ଓଡ଼ିଆ ଜଣକ ହେଉଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଇଣ୍ଡିଆନ ଏକ୍ସପ୍ରେସ ତରଫରୁ ପ୍ରକାଶିତ ଏହି ତାଲିକାରେ ୧ ନମ୍ବର ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୨ୟ ସ୍ଥାନରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିÂ ବିଜେପି ନେତା ଅମିତ ଶାହ ।

ଏହି ତାଲିକାର ୧ମ ଦଶଜଣ ଶକ୍ତିଶାଳୀ ଭାରତୀୟଙ୍କ ମଧ୍ୟରେ ରହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ତଥା ମ୍ୟାନେଜିଂ ଡ଼ାଇରେକ୍ଟର ମୁକେଶ ଅମ୍ବାନୀ ।

ତେବେ ଦେଖିବାକୁ ଗଲେ ବିରୋଧୀ ଦଳ ମଧ୍ୟରୁ ସୋନିଆ ଗାନ୍ଧୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦର ସିଂହ ପ୍ରଥମ ୨୦ ଜଣଙ୍କ ତାଲିକାରେ ସ୍ଥ୍ାନ ପାଇପାରିଛନ୍ତି ।

Leave A Reply

Your email address will not be published.