Latest Odisha News

BREAKING NEWS

ଅକ୍ଟୋବର ୩ରେ ଓଡିଶା ଆସୁଛନ୍ତି ଏନ୍ଆଇଏ ଡିଜି

ଭୁବନେଶ୍ବର:  ଆସନ୍ତା ଅକ୍ଟୋବର ୩ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଏନ୍ଆଇଏ ଡିଜି ଯୋଗେଶ ମୋଦି।

ଶ୍ରୀ ମୋଦି ଏନ୍ଆଇଏର  ବରିିିଷ୍ଠ ଅଧିକାରୀଙ୍କ ଏକ ଟିମ୍ ସହ ଓଡିଶା ଗସ୍ତରେ ଆସି ଆତଙ୍କବାଦ, ଉଗ୍ରଵାଦ, ଆତଙ୍କବାଦୀ ଫଣ୍ଡ ମାମଲାର ତଦନ୍ତ ସମ୍ପର୍କରେ ବରିିିଷ୍ଠ ପୋଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାନେଇ ରାଜ୍ୟ ପୋଲିସ ସୁତ୍ରରୁ ପ୍ରକାଶ।

ଦେଶରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ନଜରରେ ରଖି ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବା ନେଇ ଜଣାପଡିଛି।

Leave A Reply

Your email address will not be published.