Latest Odisha News

BREAKING NEWS

ତୃତୀୟ ସାମ୍ମୁଖ୍ୟକୁ ନେଇ ଏନଡିଟିଭିକୁ ନବୀନଙ୍କୁ ପ୍ରତିକ୍ରିୟା

ନୂୂଆଦିଲ୍ଲୀ: ୟୁପିଏ ଏବଂ ଏନଡିଏ ପାଖରୁ ସମଦୂରତା ଅବଲମ୍ବନ କରୁଥିବା ଏବଂ ବିଭିନ୍ନ ଆଞ୍ଚଳିକ ଦଳ ସହ ସୁସମ୍ପର୍କ ରଖିବାରେ ଚତୁର ନବୀନ ଏନଡିଟିଭିକୁ ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀ ଗସ୍ତରେ ଥିବା ବେଳେ ନବୀନ ଏହି ପ୍ରତିକ୍ରିୟା ରଖିଛନ୍ତି। ଅଣି ବିଜେପି ଏବଂ ଅଣ କଂଗ୍ରେସ ଦଳର ମୁଖିଆଙ୍କ ସମର୍ଥନରେ ତିଆରି ହେବାକୁ ଯାଉଥିବା ତୃତୀୟ ସାମ୍ମୁଖ୍ୟରେ ବୁଡ ପକାଇବେ କି ନାହିଁ ସେ ନେଇ ସ୍ପଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ । ଏନଡିଟିଭିକୁ ସାକ୍ଷାତକାର ଦେବା ବେଳେ ନବୀନ ପୁଣି ଥରେ ତାଙ୍କ ପୁରୁଣା ଗୋଟି ଚଳାଇଛନ୍ତି । ଯାହାକୁ ସେ ଅସ୍ତ୍ର କରି ନିଜର ଭାବମୂର୍ତ୍ତିକୁ ସମସ୍ତଙ୍କ ପାଖରେ ସ୍ୱଚ୍ଛ ଭାବମୂର୍ତ୍ତି ରଖିଛନ୍ତି।

ଏନଡିଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ତୃତୀୟ ସାମ୍ମୁଖ୍ୟ ଏବଂ ରାଷ୍ଟ୍ରପତି ନିର୍ବାଚନ ବେଳେ ବିଜେଡିର ପକ୍ଷ କ’ଣ ରହିବ ନବୀନ ମତ ରଖିଛନ୍ତି । ସେ କହିଛନ୍ତି ଆଗାମୀ ୨୦୨୪ ପାଇଁ ଯେଉଁ ତୃତୀୟ ସାମ୍ମୁଖ୍ୟ ଗଠନ ହୋଇଛି । ଏଥିପାଇଁ ସମୟ ବହୁତ ରହିଛି । ତେଣୁ ଏବେ କିଛି କହିବା ଠିକ୍ ହେବନି । ସମୟ ଆସିଲେ କହିବି । ସେହିପରି ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ଦଳ କାହା ପକ୍ଷ ନେବେ ପ୍ରଶ୍ନରେ ସେ କହିଛନ୍ତି କିଏ ପ୍ରାର୍ଥୀ ହେବେ ତାହ ଗୁରୁତ୍ୱପୂର୍ଣ୍ଣ ।

ରବିବାର ପ୍ରଧାନମନ୍ତ୍ରୀ ହାଇକୋର୍ଟ ବିଚାରପତି ଏବଂ ମୁଖ୍ୟମମନ୍ତ୍ରୀଙ୍କୁ ନେଇ ବୈଠକ ହୋଇଥିଲା। ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସିଥିଲେ । କିନ୍ତୁ ବୈଠକ ପୂର୍ବଦିନ ରାତିରେ ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିଓ୍ୱାଲ ପରସ୍ପରକୁ ଭେଟିଥିଲେ । ଏହି ସମୟରେ ରାଷ୍ଟ୍ରପତି ନିର୍ବାଚନ ଉପରେ ଆଲୋଚନା ହୋଇଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆରଙ୍କ ଟିଆରଏସ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନା, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ  ଡିଏମକେ ତୃତୀୟ ସାମ୍ମୁଖ୍ୟକୁ ସମର୍ଥନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୭ରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଏହି ସମୟରେ ରାମନାଥ କୋବିନ୍ଦ ଏନଡିଏର ପ୍ରାର୍ଥୀ ହୋଇଥିଲେ । ବିଜେଡି କୋବିନ୍ଦଙ୍କ ସମର୍ଥନରେ ଭୋଟ୍ ଦେଇଥିଲା ।

Leave A Reply

Your email address will not be published.