ଜାକର୍ତ୍ତା: ଇଣ୍ଡୋନେସିଆ ସରକାରଙ୍କ ମାଗଣା ସ୍କୁଲ ଖାଦ୍ୟ ଯୋଜନାରେ ବିଷାକ୍ତ ଖାଦ୍ୟ (ଫୁଡ୍ ପଏଜନିଂ) କାରଣରୁ ପ୍ରାୟ ୨,୦୦୦ ଛାତ୍ରଛାତ୍ରୀ ଓ ଶିକ୍ଷକ ଅସୁସ୍ଥ ହୋଇପଡ଼ିଛନ୍ତି। ରାଷ୍ଟ୍ରପତି ପ୍ରାବୋୱୋ ସୁବିଆନ୍ତୋଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ମାଗଣା ପୋଷଣଯୁକ୍ତ ଆହାର’ କାର୍ଯ୍ୟକ୍ରମ ଅଧୀନରେ ବଣ୍ଟାଯାଇଥିବା ଖାଦ୍ୟ ଖାଇବା ପରେ ପିଲା ମାନଙ୍କଠାରେ ଝାଡ଼ା, ବାନ୍ତି, ମୁଣ୍ଡ ବୁଲାଇବା, ପେଟ ବିନ୍ଧା ଭଳି ଗୁରୁତର ଲକ୍ଷଣ ଦେଖାଦେଇଥିଲା।
ସେଣ୍ଟ୍ରାଲ ଜାଭା, ଇଷ୍ଟ ଜାଭା, ୱେଷ୍ଟ ସୁମାତ୍ରା, ଆଚେ ଓ ସାଉଥ ସୁଲାୱେସି ଭଳି ଏକାଧିକ ପ୍ରଦେଶରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ କୌଣସି ମୃତ୍ୟୁ ଖବର ମିଳିନଥିବା ବେଳେ ପ୍ରଶାସନ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ମାନବାଧିକାର ଆୟୋଗ ଏହାର ନିରପେକ୍ଷ ପୋଲିସ ତଦନ୍ତ ସହ ସନ୍ଦିଗ୍ଧ ରୋଷେଇ ସଂସ୍ଥାଗୁଡ଼ିକୁ ବନ୍ଦ କରିବାକୁ ଦାବି କରିଛନ୍ତି।
ଖାଦ୍ୟର ଅସୁରକ୍ଷିତ ରକ୍ଷଣାବେକ୍ଷଣ, ରାନ୍ଧିବାରେ ବିଳମ୍ବ ଓ ନିମ୍ନମାନର ସ୍ୱଚ୍ଛତା ଯୋଗୁଁ ଏପରି ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଅନୁମାନ କରାଯାଉଛି। କ୍ରମାଗତ ବିଷାକ୍ତ ଖାଦ୍ୟ ମାମଲା ସାମ୍ନାକୁ ଆସିବା ପରେ ସରକାରୀ ସଂସ୍ଥା ନିୟମ କଡ଼ାକଡ଼ି କରିବା ସହ ନିୟମ ଉଲ୍ଲଂଘନ କରିଥିବା ୮୦୦ରୁ ଅଧିକ ରୋଷେଇ ଘରକୁ ବନ୍ଦ କରାଯାଇଛି


Comments are closed.