Latest Odisha News

BREAKING NEWS

ରିଲିଜ୍ ହେଲା ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ପ୍ରୀତିବନ୍ଧନ’

ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ ‘ପ୍ରୀତିବନ୍ଧନ’ ନିକଟରେ ରିଲିଜ୍ ହୋଇଯାଇଛି । ନେକ୍ସଟ୍ ଡୋର ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ରହିଛି ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଝଲକ । ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ସମ୍ବିତ, ଅଭିନେତ୍ରୀ ତମନ୍ନା ଓ ତୃପ୍ତି ରହିଛନ୍ତି ।

ପ୍ରଶାନ୍ତ କୁମାର ନାୟକ ଓ ନରେନ୍ଦ୍ର ପାତ୍ରଙ୍କ ପ୍ରଯୋଜିତ ‘ପ୍ରୀତି ବନ୍ଧନ’ର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ତଥା ଅଭିନେତା ରାଶେସ ମହାନ୍ତି । ସଙ୍ଗୀତ ସଜାଇଛନ୍ତି ଅଭିଜିତ ମଜୁମ୍‌ଦାର । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସ୍ମୃତି ଆର. ଓ ସୁଧାକର ବସନ୍ତ । ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା, ପୃଥ୍ୱୀରାଜ ନାୟକ,ଅଳକା, ପ୍ରଶାନ୍ତ ନାୟକ, କେଦାର ମିଶ୍ର, ଥିନ୍‌, ସର ଅପା, ଭୂପତି ତ୍ରିପାଠୀ, ନୂପୁର ଓ ସସ୍ମିତା ପ୍ରମୁଖ ଅଭିନୟ କରିଛନ୍ତି ।

Leave A Reply

Your email address will not be published.