Latest Odisha News

BREAKING NEWS

ଗାଳ୍ପିକା ନିରୁପମା ଆଚାର୍ଯ୍ୟଙ୍କ ‘ଆତ୍ମାର ମିଳନ’ ଅନୁବାଦିତ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ପୁରାତନ ମହିଳା ମାସିକ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ଆନୁକୁଲ୍ୟରେ ବିଶିଷ୍ଟ ଗାଳ୍ପିକା ଶିଶୁ ସାହିତ୍ୟିକା ଓ ଅନୁବାଦିକା ଶ୍ରୀମତୀ ନିରୁପମା ଆଚାର୍ଯ୍ୟଙ୍କର ଅନୁବାଦିତ ‘ଆତ୍ମାର ମିଳନ’ପୁସ୍ତକର ଶୁଭ ଉନ୍ମୋଚନ ଉତ୍ସବ ଆଜି ପ୍ରେସ୍ କ୍ଲବ ଅଫ୍ ଓଡ଼ିଶା, ମାଷ୍ଟର କ୍ୟାଂଟିନ୍, ଭୁବନେଶ୍ୱରଠାରେ ଅପରାହ୍ଣ ୫ଟାରେ ‘ଯୁଗଶ୍ରୀ ଯୁଗନାରୀ’ର ସଂପାଦିକା ଶ୍ରୀମତୀ ମମତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଲୋକାର୍ପଣ ଉତ୍ସବରେ ଉଦ୍ଘାଟକ ଭାବେ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମାନ୍ୟବର ମନ୍ତ୍ରୀ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଯୋଗଦେଇ ମାତୃଶକ୍ତି ବିଶ୍ୱ ବନ୍ଦନୀୟା ଓ ଏହି ଶକ୍ତିକୁ ଆଗକୁ ବଢାଇଲେ ସମାଜର ସନ୍ତୁଳନ ଆସିପାରିବ ବୋଲି ଅଭିବ୍ୟକ୍ତି ପ୍ରକାଶ କରିବା ସହ ଯୁଗଶ୍ରୀ ଯୁଗନାରୀ ପତ୍ରିକାର ସମ୍ପାଦିକାଙ୍କ ଉଚ୍ଚ ପ୍ରଶଂସା କରିଥିଲେ ।

ମୁଖ୍ୟଅତିଥି ଡ. ହରପ୍ରସାଦ ଦାସ, ମୂର୍ତ୍ତିଦେବୀ ଓ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି, ପ୍ରାବନ୍ଧିକ ଓ ସମାଲୋଚକ ଭଲ ବହିର ସଂଜ୍ଞା ବିଶ୍ଲେଷଣ କରି ନିରୁପମା ଆ•ର୍ଯ୍ୟଙ୍କ ଗଳ୍ପରେ ମାନବ ବାଦର ଆବେଦନ ସଂଶ୍ଲିଷ୍ଟ ଓ ଆସ୍ଥାବାଦ ପ୍ରସ୍ଫୁଟିତ ବୋଲି କହିବା ସହ ପୁସ୍ତକକୁ ସଂଗ୍ରହଣୀୟ ଗଳ୍ପ ପୁସ୍ତକ ବୋଲି ଉଲ୍ଲେଖ କରିଥିଲେ । ଅମାନବୀୟ ହେବା ମାନେ ଆଧୁନିକ ହେବା । କାରଣ ମଣିଷର ଆବେଗ, ସ୍ୱପ୍ନ ଓ ଦୃଷ୍ଟିଭଙ୍ଗୀରେ ଭଲଗୁଣ ନାହିଁ । କିନ୍ତୁ ଭଲ ବିଷୟରେ ଲେଖା ହିଁ ଭଲ ବହି ବୋଲି ମତବ୍ୟକ୍ତ କରିଥିଲେ । କାରଣ ଏଥିରେ କଳ୍ପନା ନିର୍ମାଣର ମୂଳ ଉତ୍ସ ଥାଏ ।

ମୁଖ୍ୟବକ୍ତା ଡ. ମନୋରମା ମହାପାତ୍ର, ସୁସାହିତ୍ୟିକା, କବୀ ଓ ପୂର୍ବତନ ସଭାପତି, ଓଡ଼ିଶା ସାହିତ୍ୟ ଏକାଡ଼େମୀ ନିରୂପମା ଆ•ର୍ଯ୍ୟଙ୍କ ଚମକ୍ରାର ଅନୁବାଦିତ ୭୭ଟି ଗଳ୍ପ ଉପରେ ମନ୍ତବ୍ୟ ଦେଇ ତାଙ୍କୁ ଜଣେ ଅନନ୍ୟା ଓ ସର୍ବୋତମ ଅନୁବାଦିକା ଭାବେ ଅଭିହିତ କରି ତାଙ୍କ ଗଳ୍ପରେ ସକରାତ୍ମକ ଚିନ୍ତନ ପ୍ରତିଫଳିତ ଓ ମଣିଷ ପ୍ରତି ଐଶ୍ୱରିକ ଆଶୀର୍ବାଦର ବାର୍ତ୍ତା ଗଳ୍ପରେ ରହିଛି ବୋଲି ପ୍ରଶଂସା କରିବା ସହ ଯୁଗଶ୍ରୀ ଯୁଗନାରୀର ସମ୍ପାଦିକା ମମତା ମହାପାତ୍ରଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ।

ସମ୍ମାନିତ ଅତିଥି ଡ. ଗୌରହରି ଦାସ, କଥାକାର ଓ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ନିରୂପମା ଆ•ର୍ଯ୍ୟଙ୍କ ଗଳ୍ପ ସୌନ୍ଦର୍ଯ୍ୟ, ଆସ୍ଥା ଓ ବିଶ୍ୱାସର ପ୍ରତୀକ ବୋଲି କହିଥିଲେ । ତାଙ୍କ ଗଳ୍ପରେ ଉପେକ୍ଷିତ ହେବା ଠାରୁ ଅପମାନ ଆଉ କିଛି ନାହିଁ ବୋଲି ଗଳ୍ପରୁ ବହୁ ଉଦାହରଣ ଦେଇ ତାଙ୍କ ଗଳ୍ପକୁ ସର୍ବୋତ୍ତମ ଅନୁବାଦିତ ଗଳ୍ପ ବୋଲି ପ୍ରତିପାଦିତ କରିଥିଲେ ।

ସୁସାହିତ୍ୟିକା ଡ. ସୁଷମା ମିଶ୍ର ନିରୂପମା ଆ•ର୍ଯ୍ୟ ଭିନ୍ନ ଭିନ୍ନ ଦେଶର ବିଷୟବସ୍ତୁକୁ ନିଜ ଭାଷାରେ ପରଷି ଓଡ଼ିଆ ସାହିତ୍ୟ ସମୃଦ୍ଧ କରିଛନ୍ତି ଓ ତାଙ୍କ ‘ଆତ୍ମାର ମିଳନ’ ପୁସ୍ତକ ଏକ ମାଇଲ୍ ଖୁଣ୍ଟି ବୋଲି ଦର୍ଶାଇଥିଲେ । ଏହି ବହି ଏମିତି ନଈ ଯେ, ଯେତେ ଅବଗାହନ କଲେ ସେତେ ମନ ନିର୍ମଳ ହେବ, ଏକଥା ପୁସ୍ତକର ଅଭୁଲା ଚରିତ୍ରମାନେ ତାଙ୍କୁ ଅଭିଭୂତ କରିଛନ୍ତି । ପୁସ୍ତକର ଅନୁପମ ଶୈଳୀ ଓ ସ୍ପଷ୍ଟ ଭାଷା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପୁସ୍ତକର ଅନୁବାଦିକା ନିରୁପମା ଆଚାର୍ଯ୍ୟ ବହିପଢ଼ାର ଆନନ୍ଦଠାରୁ ସୁଖ ଆଉ କିଛି ନାହ ିଁଓ ଅନୁବାଦରେ ଭାବ୍କୁ ନେଇ ସେ ଗଳ୍ପ ଅନୁବାଦ କରିଛନ୍ତି ବୋଲି କିହିଥିଲେ ।

‘ଯୁଗଶ୍ରୀ ଯୁଗନାରୀ’ର ସହ-ସଂପାଦିକା, ଡ. ପ୍ରଭାବତୀ ପଣ୍ଡା, ସ୍ୱାଗତ ଭାଷଣ ଓ ଅତିଥି ôପରିଚୟ ପ୍ରଦାନ କରିଥିଲେ । ଏଥିରେ ସୁଶ୍ରୀ ଗୀତାଞ୍ଜଳି ସିଂ ମଞ୍ଚ ଆହ୍ୱାନ କରିଥିବା ବେଳେ ‘ଆର୍ଯ୍ୟ ସମାଜ’ର ସମ୍ପାଦକ ବୀରେନ୍ଦ୍ର କ୍ୁମାର କର ବେଦପାଠ କରିଥିଲେ । ନିରୁପମା ଆ•ର୍ଯ୍ୟଙ୍କ ନାତି ପ୍ରତୀକ ଦାସ ଓ ନାତୁଣୀବୋହୂ ନେଲି ତାଙ୍କ ଆଈମାଙ୍କ ପୁସ୍ତକ ବିଷୟରେ ବକ୍ତବ୍ୟ ରଖିଥିଲେ । ଶେଷରେ ଡଃ ଗାୟତ୍ରୀ କର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶାନ୍ତନୁ ଆ•ର୍ଯ୍ୟ, ପଦ୍ମଭୂଷଣ ରମାକାନ୍ତ ରଥ, ପଦ୍ମଶ୍ରୀ ଡ଼ଃ ପ୍ରିୟମ୍ବଦା ମହାନ୍ତି ହେଜମାଦି, ଇଂ ପ୍ରିୟବ୍ରତ ଦାସ, ଶ୍ରୀମତୀ ଶନ୍ନୋଦେବୀ, ଡଃ ଅର୍ଚ୍ଚନା ନାୟକ, ପୀତବାସ ରାଉତରାୟ, ଡଃ ଶକୁନ୍ତଳା ବଳିୟାରସିଂହ, ଡଃ ସଂଘମିତ୍ରା ମିଶ୍ର, ଡଃ ମନୋରମା ବିଶ୍ୱାଳ ମହାପାତ୍ର, ରାଜକିଶୋର ମିଶ୍ର, ଗାୟତ୍ରୀ ସରାଫ, ଡଃ ନିବେଦିତା ମହାନ୍ତି, ଶୈଳରାଣୀ ମିଶ୍ର, ରୁମ୍ଝୁମ୍ ନାୟକ, ବୈଜୟନ୍ତି ମିଶ୍ର, ମାଳବିକା ରାୟ ପ୍ରମୁଖଙ୍କ ସମେତ ୨୫୦ରୁ ଉଦ୍ଧ୍ୱର୍ ସାହିତ୍ୟିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.