Latest Odisha News

BREAKING NEWS

ଆଉ ଛପା ଯିବ ନାହିଁ ସରକାରୀ ଡାଏରୀ ଓ କ୍ୟାଲେଣ୍ଡର, ଡିଜିଟାଲ ମୋଡରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ଏଣିକି ସବୁ ପ୍ରକାର ସରକାରୀ କ୍ୟାଲେଣ୍ଡର, ଡାଏରୀ, ସିଡ୍ୟୁଲର ଓ ଅନ୍ୟାନ୍ୟ ସମାନ ଉଦ୍ଦେଶ୍ୟଯୁକ୍ତ ସାମଗ୍ରୀ ପୂର୍ବଭଳି ଛପାଯିବ ନାହିଁ । ଏହା ପରିବର୍ତ୍ତେ ସେସବୁକୁ ଡିଜିଟାଲ ମୋଡ଼ରେ ଉପଲବ୍ଧ କରାଯିବ । ସେହିଭଳି କଫି ଟେବୁଲ୍ ବୁକମାନଙ୍କର ପ୍ରକାଶନ ମଧ୍ୟ ବନ୍ଦ କରାଯିବ । ତାହା ବଦଳରେ ଉପଯୁକ୍ତ ଭାବେ ଇ-ବୁକ୍ ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ । ଡିଜିଟାଲ ଏବଂ ଅନଲାଇନ୍ ସମାଧାନ ପନ୍ଥା ଗ୍ରହଣ କରାଯାଇ ଏହାକୁ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଛାପା କ୍ୟାଲେଣ୍ଡର କିମ୍ବା ଡାଏରୀରୁ ଯେଉଁଭଳି ସୁବିଧା ମିଳୁଥିଲା ଡିଜିଟାଇଜଡ଼ ମୋଡ଼ରେ ତାହା କିଭଳି କରାଯାଇପାରିବ ସେ ନେଇ ଗୁରୁତ୍ୱ ଦିଆଯିବ ।

ଆସନ୍ତା ବର୍ଷ ବ୍ୟବହାର ପାଇଁ କୌଣସି ମନ୍ତ୍ରଣାଳୟ, ବିଭାଗ, ପିଏସୟୁ, ପିଏସବି ଏବଂ ସରକାରଙ୍କ ଅନ୍ୟ କୌଣସି ସଂସ୍ଥାଙ୍କ ଦ୍ୱାରା କ୍ୟାଲେଣ୍ଡର, ଡେସ୍କଟପ୍ କ୍ୟାଲେଣ୍ଡର, ଡାଏରୀ ଓ ସେହିଭଳି ଅନ୍ୟାନ୍ୟ ସାମଗ୍ରୀର ଛାପା କାର୍ଯ୍ୟ କରିବେ ନାହିଁ ।

Leave A Reply

Your email address will not be published.