Latest Odisha News

ଚିନ୍ତାରେ ପକାଇଲା ନୋଜ ବ୍ଲଡ ଫିଭର ଭାଇରସ

ବାଗଦାଦ: ନୋଜ ବ୍ଲଡ ଭାଇରସ ଏବେ ଚିକିତ୍ସକଙ୍କୁ ଚିନ୍ତାରେ ପକାଇଛି । ଏ ପର୍ଯ୍ୟନ୍ତ ଇରାନ ସମତେ ବିଭିନ୍ନ ସ୍ଥାନରେ ୧୧୧ ମାମଲା ସମ୍ମୁଖକୁ ଆସିଛି । ୧୯ ଲୋକଙ୍କ ମୃତ୍ୟୁ ଘଟିଛି । କ୍ରିମିୟନ କଂଗୋ ହେମୋରୋଜିକ ନାମକ ଏହି ଜ୍ୱର ପାଳିତ ପଶୁଙ୍କ ଶରୀରରେ ଥିବା ଜୀବାଣୁ ଓ ଟିଙ୍କ ଦ୍ୱାରା ବ୍ୟାପିଥାଏ । ଏହି ଭାଇରସ କୌଣସି ଭ୍ୟାକ୍ସିନ ବାହାରି ନାହିଁ । ଭାରତରେ ଏହାର କୌଣସି ମାମଲା ସମ୍ମୁଖକୁ ଆସି ନ ଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ନିକଟରେ ମୁଣ୍ଡ ବିନ୍ଧିବା, ନାକରୁ ରକ୍ତ ପଡିବା, ତୀବ୍ର ଜ୍ୱର, ପିଠି ବିନ୍ଧ. ପେଟ ଦରଜ ଓ ବାନ୍ତିର ଲକ୍ଷଣ ଦେଖା ଯାଇଥାଏ । ପାଳିତ ପଶୁଙ୍କ ଶରୀରରେ ଯେପରି ଟିଂକ ନ ହେବ ସେଥିପ୍ରତି ଯତ୍ନବାନ ହେବା ଉଚିତ । ଗଛତଳେ ଏବଂ ଖୋଲା ସ୍ଥାନରେ ଶୋଇଲା ବେଳେ ସତର୍କତା ଅବଲମ୍ବନ କରିବା ଉଚିତ ।

Leave A Reply

Your email address will not be published.