Latest Odisha News

ଓଡ଼ିଶା ମନ୍ତ୍ରୀମଣ୍ଡଳ ହେବ ପୁନର୍ଗଠନ : ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ

ଏହାରି ଭିତରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେଇସାରିଥିବା ଜଣାପଡ଼ିଛି  ଉପବାଚସ୍ପତିଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି  ୨୦୧୯ ନିର୍ବାଚନରେ ବିଜେଡି ସରକାରକୁ ଆସିବା ସହ ନୂଆ ମନ୍ତ୍ରୀମଣ୍ଡଳ ଗଠନ ସହ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ନବୀନ । ତେବେ ଦୀର୍ଘ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିନଥିଲେ ନବୀନ ।

ପୂର୍ବରୁ ବାରମ୍ବାର ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଥିଲା । ତେବେ କୌଣସି କାରଣରୁ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ବିଳମ୍ବିତ ହୋଇଥିଲା । କିନ୍ତୁ ଏବେ ଦଳର ସବୁ ବରିଷ୍ଠ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ।

ତେବେ ଆସନ୍ତାକାଲି ନୂତନ ମନ୍ତ୍ରିମଣ୍ଡଳ ଶପଥ ନେବାର ଅନେକ ସମ୍ଭାବନା ରହିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଶେଷ ହୋଇଥିବାବେଳେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅଦଳବଦଳ ହେବ ନବୀନଙ୍କ ମନ୍ତ୍ରିମଣ୍ଡଳ ।

ସେପଟେ କେଉଁ ମନ୍ତ୍ରୀ ରହୁଛନ୍ତି, କେଉଁ ମନ୍ତ୍ରୀ ବାଦ ପଡ଼ୁଛନ୍ତି, କାହାକୁ ନୂଆ ଦାୟିତ୍ୱ ମିଳିବ ତାହା ପରେ ସ୍ପଷ୍ଟ ହୋଇଯିବ । ତେବେ ବିରୋଧୀ ଯେଉଁ ମନ୍ତ୍ରୀଙ୍କ ବିରୋଧରେ ଅଧିକ ଅଭିଯୋଗ ଆଣୁଛନ୍ତି, ତାଙ୍କୁ ମଧ୍ୟ ଟିମ୍‌ରୁ ବାହାର କରାଯାଇପାରେ ବୋଲି ସୂଚନା ମିଳିଛି ।

ଯାହା ଦର୍ଶାଉଛି ଏଥର ଖୁବଶୀଘ୍ର ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିପାରନ୍ତି ନବୀନ ।

Leave A Reply

Your email address will not be published.