ପୁରୀ: ସ୍ଥାନୀୟ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମରେ ତୃତୀୟ ଏନଟିପିସି ର୍ୟାଙ୍କିଙ୍ଗ ତୀରନ୍ଦାଜର ସବ ଜୁନିୟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରିକର୍ଭ ବାଳକ ବିଭାଗରେ ଉତରପ୍ରଦେଶର ଆର୍ଯ୍ୟନ ରାନା, ତାମିଲନାଡୁର ସ୍ମରନ ସର୍ବେଶ ଓ ମେଘାଳୟର ଦେବରାଜ ମହାପାତ୍ର ଯଥାକ୍ରମେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । ମହିଳା ବିଭାଗରେ ମହାରାଷ୍ଟ୍ରର ବୈଷ୍ଣବୀ ମହେଶ କୂଲକର୍ଣ୍ଣି ହରିୟାଣାର ତମନ୍ନା ଗୁଲିୟାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ହରିୟାଣାର ଅନନୁ ତୃତୀୟ ସ୍ଥାନରେ ରହିଛନ୍ତି ।
କମ୍ପାଉଣ୍ଡ ବାଳକ ବିଭାଗରେ ଝାଡଖଣ୍ଡର ଦିୱାନଶୁ ସିଂ ଚଣ୍ଡୀଗଡର ହର୍ଷ କୁମାରଙ୍କୁ ହରାଇ ପ୍ରଥମ ସ୍ଥାନରେ ରହିଛନ୍ତି । ରାଜସ୍ଥାନର ପ୍ରଧିମନ ଯାଦବ ତୃତୀୟ ସ୍ଥାନ ହାସଲ କରିଛନ୍ତି । ବାଳିକା ବିଭାଗରେ ମହାରାଷ୍ଟ୍ରର ତେଜଲ ରାଜେନ୍ଦ୍ର ସାଲଭେ, ପଶ୍ଚିମବଙ୍ଗର ପ୍ରାପ୍ତି ବଟବ୍ୟାଲ ଓ ହରିୟାଣାର ଏକତା ରାନୀ ଯଥାକ୍ରମେ ପ୍ରଥମ ୩ଟି ସ୍ଥାନ ହାସଲ କରିଛନ୍ତି । ପୁରସ୍କାର ବିତରଣ ଉତ୍ସବରେ ଭୁବନେଶ୍ୱର ସୈନିକ ସ୍କୁଲର ଅଧ୍ୟକ୍ଷ ବାଲୁ ଭାରତ, ଜିଲ୍ଲା ମୂଖ୍ୟ ଚିକିcତ୍ସା ଅଧିକାରୀ ରୂପଭାନୁ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, କ୍ରୀଡା ଅଧିକାରୀ ଚନ୍ଦନ ସାହୁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ ।
Comments are closed.