Latest Odisha News

BREAKING NEWS

ଲିଙ୍ଗଗତ ବୈଷମ୍ୟ ଦୂର କରିବା ପ୍ରୟାସରେ ଅଭିଯାନ ‘ଶ୍ରୀ’

ଭୁବନେଶ୍ୱର : ବିଚାର ଭାରତୀ ଟ୍ରଷ୍ଟ ଆନୁକୂଲ୍ୟରେ ଲିଙ୍ଗଗତ ବୈଷମ୍ୟ ଦୂରକରି ସମାଜରେ ସମାନତା ପ୍ରତିଷ୍ଠା କାରିବ ଦିଗରେ ପ୍ରୟାସ ଜାରି ରଖିଥିବା ‘ଶ୍ରୀ’ ଅଭିଯାନର ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ତପୋବନ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଲିଙ୍ଗଗତ ସମାନତା ଉପରେ ଛାତ୍ରୀ ଛାତ୍ରଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଶିଶୁ ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର ମୁଖ୍ୟ ଅତିଥି, ଅକ୍ସନଏଡ଼ର ଶିଶୁ ସୁରକ୍ଷା ଜିଲ୍ଲା ମୁଖ୍ୟ ସ୍ୱାତୀ ତନ୍ମୟl ମିଶ୍ର ଏବଂ ଉଚ୍ଚ ନ୍ୟାୟଳୟର ଆଇନଜୀବୀ ପ୍ରତୀକ ଦାଶ ସ୍ୱତନ୍ତ୍ର ଅତିଥି, ଶିଶୁ ଅଧିକାର କର୍ମୀ ଲିଙ୍କନ ସୁବୁଦ୍ଧି ଏବଂ ମହିଳା ଅଧିକାର କର୍ମୀ ସଂଘମିତ୍ରା ପାଢ଼ୀ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସଚେନତତା କାର୍ଯ୍ୟକ୍ରମରେ ଲିଙ୍ଗଗତ ସମାନତା ଏବଂ ପିଲାମାନଙ୍କ ଅଧିକାର ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ ।

ଏହି ଅବସରରେ ‘ଶ୍ରୀ’ ଅଭିଯାନର ମୁଖ୍ୟ ପ୍ରୀତିଛନ୍ଦା ଧଳ ବିଦ୍ୟାଳୟରେ କେଉଁ ଭଳି ଭାବରେ କାଉନସେଲିଂ ଛାତ୍ର ଛାତ୍ରୀଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଏବଂ ତାହା ଆଗାମୀ ଦିନ ରେ କେମିତି ଆଉ ଅଧିକ ହେଇପାରିବ ସେ ବିଷୟରେ ଆଲୋଚନା କରିଥିବା ବେଳେ ଉପଦେଷ୍ଟା ନମ୍ରତା ଚଢ଼ା ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା କର୍ଯ୍ୟକ୍ରମ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ପରିଶେଷରେ ଶିକ୍ଷୟତ୍ରୀ ସୁନିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Leave A Reply

Your email address will not be published.