Latest Odisha News

BREAKING NEWS

କାହିଁକି ପଶ୍ଚିମବଙ୍ଗରେ ଭାଙ୍ଗିଲା ଇଣ୍ଡିଆ ମେଣ୍ଟ?

ନୂଆଦିଲ୍ଲୀ: ବିରୋଧୀ ମହାମେଣ୍ଟକୁ ବଡ଼ ଝଟକା ଲାଗିଛି । ପଶ୍ଚିମବଙ୍ଗର ତୃଣମୃଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କ ’ଏକଲା ଚଲୋ’ ନାରା ଦେଇ ଆଜି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଟିଏମସି ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ଆଜି ସେ ସମସ୍ତ ୪୨ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ନିଷ୍ପତି ବିରୋଧୀ ମହାମେଣ୍ଟକୁ ଶକ୍ତ ଝଟକା ଦେଇଛି । ହେଲେ ଗୋଟେ ସମୟ ଥିଲା ଯେତେବେଳେ ମହାମେଣ୍ଟ ଗଢ଼ିବା ପାଇଁ ମମତା ସର୍ବପ୍ରଥମେ ବିପକ୍ଷ ଦଳ ନେତାଙ୍କ ସହ ହାତ ମିଶାଇଥିଲେ । ପଶ୍ଚିମବଙ୍ଗରେ ଭାରତ ବ୍ଲକ ଭାଙ୍ଗିବା ପଛରେ ଅନେକ କାରଣ ଥିବା ଚର୍ଚ୍ଚା ହେଉଛି ।

କୁହାଯାଉଛି ଟିଏମସି ଏବଂ କଂଗ୍ରେସ ମହାମେଣ୍ଟକୁ ନହେବାର ମୁଖ୍ୟ କାରଣ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ଟିପ୍ପଣୀ । ଅଧିର ରଞ୍ଜନ ୨୦୨୩ ଲଗାତାର ମମତାଙ୍କ ବିରୋଧରେ କଡ଼ା ପ୍ରତିକ୍ରିୟା ଦେଉଥିଲେ । ଏସବୁ ସ୍ପଷ୍ଟ ବାରି ହେଉଛି କି ମମତା ଅଧିରଙ୍କ ବିରୋଧରେ କୌଣସି ବି ସୁଯୋଗ ଛାଡ଼ିବାକୁ ଚାହଁନ୍ତିନି । ସେଥିପାଇଁ ଅଧିରଙ୍କୁ ହରାଇବାକୁ ଟିମଏସି ପକ୍ଷରୁ ଶକ୍ତିଶାଳୀ ଚେହେରାକୁ ମୈଦାନକୁ ଓହ୍ଲା ଯାଇଛି ।

ମମତାଙ୍କ ଏକା ଚାଲିବା ନିଷ୍ପତି କଂଗ୍ରେସକୁ ଶକ୍ତ ଝଟକା ଦେଇଛି । କାରଣ ପୂର୍ବରୁ ମଞ୍ଚରୁ ଅନେକ ଥର ସେ କଂଗ୍ରେସ ନେତୃତ୍ୱଙ୍କୁ ତାଙ୍କ ପରାମର୍ଶ ଏବଂ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଅଭିଯୋଗ କରିଥିଲେ। ଏବଂ ଏହା ପରେ ସେ ଏକା ବଙ୍ଗଳା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି।

କୁହାଯାଉଛି ରାହୁଲ ଗାନ୍ଧୀ ଯେତେବେଳେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସହ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ, ସେହି ସମୟର ମମତା ବାନାର୍ଜୀଙ୍କୁ ଯାତ୍ରାରେ ସାମିଲ ହେବାକୁ ସୂଚନା ଦିଆଯାଇନଥିଲା । ଯାହାକୁ ନେଇ ଅଧିର ରଞ୍ଜନ ଚୌଧୁରୀ ବିବାଦୀୟ ଟିପ୍ପଣୀ ମଧ୍ୟ ଦେଇଥିଲେ ।

Leave A Reply

Your email address will not be published.