Latest Odisha News

BREAKING NEWS

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଓଏଏସ୍ ସ୍ତରରେ ଆଜି ଏକ ଅଦଳବଦଳ ହୋଇଛି । ୨୫ ଜଣ ଓଏଏସ ଅଧିକାରୀଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ବଦଳି କରାଯାଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଦୟାନିଧି ନାୟକଙ୍କୁ କୃଷି ବିଭାଗର ଅତିରିକ୍ତ ସଚିବ ରୂପେ ନିଯୁକ୍ତି ଦିଆଯାଇଛି । କିନ୍ତୁ ତାଙ୍କ ସ୍ଥାନରେ କିଏ ରେଜିଷ୍ଟ୍ରାର ହେବେ ସେ ନେଇ କିଛି ନିଷ୍ପତ୍ତି ହୋଇନାହିଁ ।

ସେହିପରି ଶୈଳେନ୍ଦ୍ର କୁମାର ଦ୍ୱିବେଦୀଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ, କୃଷ୍ଣପ୍ରସାଦ ପତିଙ୍କୁ ଇ ଆଣ୍ଡ ଆଇଟି ବିଭାଗର ଅତିରିକ୍ତ ସଚିବ, ମୋହନ ଚରଣ ଦାସଙ୍କୁ ମହିଳା ଓ ଶିଶୁ କଲ୍ୟାଣ ଓ ମିଶନ ଶକ୍ତିର ଅତିରିକ୍ତ ସଚିବ, ପ୍ରଭାତ କୁମାର ଭୋଇଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି ।

ସେହିପରି ଶୁଭ୍ରା ମହାନ୍ତିଙ୍କୁ ମହିଳା ଓ ଶିଶୁ କଲ୍ୟାଣ ଯୁଗ୍ମ ସଚିବ, ଅଂଜନା ପଣ୍ଡାଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ଯୁଗ୍ମ ସଚିବ, ଲିପ୍ସା ଦାସଙ୍କୁ ଶକ୍ତି ବିଭାଗର ଯୁଗ୍ମ ସଚିବ, ଅନୀଲ କୁମାର ପଟ୍ଟନାୟକଙ୍କୁ ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

Leave A Reply

Your email address will not be published.