Latest Odisha News

BREAKING NEWS

ଆସନ୍ତାକାଲି ଜେଇଇ ମେନ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଜେଇଇ ମେନ ପରୀକ୍ଷା । ଚଳିତ ବର୍ଷ ସାରା ଦେଶରେ ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ଓଡିଶାରୁ ଅଛନ୍ତି ୩୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ।

ରାଜ୍ୟର ସାତଟି ସହରର ୨୬ଟି କେନ୍ଦ୍ରରେ ଏହି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ୬ ଦିନ ଧରି ଏହି ପରୀକ୍ଷା ଚାଲିବ । ନିୟମ ଅନୁସାରେ ଆସନ୍ତାକାଲି ପରୀକ୍ଷା ଆରମ୍ଭର ଦୁଇ ଘଣ୍ଟା ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ।

କୋଭିଡ କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ । ସେଣ୍ଟରରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଏଥି ସହ ସାମାଜିକ ଦୂରତ୍ୱ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହୋଇଛି ।

ଚଳିତ ବର୍ଷ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେଣ୍ଟରକୁ ଯିବା ଆସିବା, ରହିବା ଓ ଖାଇବା ପିଇବାର ସମ୍ପୂର୍ଣ୍ଣ ମାଗଣା ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.