Latest Odisha News

BREAKING NEWS

ବିଜେଡିରୁ ଇସ୍ତଫା ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଭୁବନେଶ୍ୱର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଦେଲେ ଇସ୍ତଫା। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ତେବେ ଇସ୍ତଫାପତ୍ରରେ ସେ ଲେଖିଛନ୍ତି, “ଗତ ୫ ବର୍ଷ ଧରି ବିଜେଡି ସହ ମିଶି କାମ କରିବା ଏବଂ ଆପଣଙ୍କ ସହ ମିଶି କାମ କରିବା ଏକ ସମ୍ମାନର କଥା। ଏହି ସମୟରେ ମୁଁ ବହୁତ କିଛି ଶିଖିଛି। ବ୍ୟକ୍ତିଗତ କାରଣ ଯୋଗୁଁ ମୁଁ ଦଳରୁ ଇସ୍ତଫା ଦେଉଛି।” ସୂଚନା ଥାଉକି ବିଜେଡି ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ୨୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ରମେଶ ଚନ୍ଦ୍ର ସାଏଙ୍କ ନାମ ନଥିଲା। ଏଥର ଦଳ ଆଠମଲ୍ଲିକ ଆସନରୁ ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି।

ରମେଶ ଚନ୍ଦ୍ର ସାଏ ଗତ ଥର ନିର୍ବାଚନ ଜିତି ସୁଦ୍ଧା ଏଥର ସେ ଟିକେଟରୁ ବଞ୍ଚିତ ହୋଇଥିବାରୁ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଅନ୍ୟପଟେ ନଳିନୀକାନ୍ତ ପ୍ରଧାନ ୨୦୧୯ରେ ବିଜେଡି ଟିକେଟରେ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ସେ ନୀତେଶ ଗଙ୍ଗଦେବଙ୍କଠାରୁ ପରାସ୍ତ ହୋଇଥିଲେ। ଗତଥର ପରାସ୍ତ ହୋଇଥିବା ସତ୍ତ୍ୱେ ଦଳ ତାଙ୍କୁ ଆଠମଲ୍ଲିକ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.