Latest Odisha News

BREAKING NEWS

ପାରଦର୍ଶୀରେ ମାଗଣା ଆଡ଼ମିସନକୁ ମନା କରିବାରୁ ଭୁବନେଶ୍ୱର ବିଇଓ ଅଫିସରେ ଅଭିଭାବକ ମହାସଂଘର ଧାରଣା

ଭୁବନେଶ୍ୱର: ପାରଦର୍ଶୀରେ ମାଗଣା ଆଡ଼ମିସନକୁ ମନା କରିବାରୁ ବିଇଓ ଅଫିସରେ ଅଭିଭାବକ ମହାସଂଘର ଧାରଣା। ଆରଟିଇରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ୨୫ ପ୍ରତିଶତ ସିଟରେ ମାଗଣା ପାଠ ପଢ଼ାଇବା ପାଇଁ ପାରଦର୍ଶୀ ପୋର୍ଟାଲରେ ସିଟ ଅଲଟମେଣ୍ଟ କରି ବିଭିନ୍ନ ବେସରକାରୀ ସ୍କୁଲରେ ଆଡ଼ମିସନ ପାଇଁ ସୂଚିତ କରାଯାଇଥିଲା। ଅଭିଭାବକ ମାନେ ସେହି ସବୁ ପ୍ରାଇଭେଟ ସ୍କୁଲକୁ ଯାଇ ଆଡ଼ମିସନ ପାଇଁ ଦେଖା କରିବା ପରେ ସମସ୍ତ ପ୍ରାଇଭେଟ ସ୍କୁଲ ସେମାନଙ୍କୁ ସିଟ ନଥିବା କହି ଫେରାଇଦେଲେ। ଯାହାକୁ ନେଇ ତେଜିଲା ଅଭିଭାବକ ମହାସଂଘ

ସୂଚନା ଅନୁସାରେ ଗତକାଲି(ବୁଧବାର) ଜାଭିଆର ଖଣ୍ଡଗିରି, ସତ୍ୟନଗର, ବଜେଇ ଏମ ସ୍କୁଲ, ନାରାୟଣୀ, ଜାଭିଆର ଇଣ୍ଟର୍ନେଶନାଲ, ଡିଏଭି ସ୍କୁଲକୁ ମାଗଣା ସିଟ୍ ସମ୍ପର୍କରେ ପଚାରି ବୁଝିବା ପାଇଁ ଅଭିଭାବକମାନେ ଯାଇଥିଲେ। କିନ୍ତୁ ଉକ୍ତ ସମସ୍ତ ସ୍କୁଲ ସିଟ୍ ନଥିବା କହି ଫେରାଇଦେଇଥିଲେ। ଯାହାକୁ ନେଇ ଅଭିଭାବକମାନେ ଗତକାଲି ଭୁବନେଶ୍ୱର ବିଇଓ ଅଫିସ ଯାଇ ଅଭିଯୋଗ କରିଥିଲେ। ହେଲେ ସେଠାରୁ କିଛି ସନ୍ତୋଷଜନକ ଉତ୍ତର ନମିଳିବାରୁ ନିରାଶ ହୋଇ ବାଧ୍ୟ ହୋଇ ପ୍ରାୟ ୫୦୦ରୁ ଅଧିକ ଅଭିଭାବକ ଭୁବନେଶ୍ୱର ନତାଲାରେ ଥିବା ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କ ସହିତ ଆଲୋଚନା କରିବାକୁ ଯୋଗାଯୋଗ କଲେ। ଏହାପରେ ମଧ୍ୟ ତାଙ୍କର କୌଣସି ସନ୍ତୋଷ ଜନକ ପଦକ୍ଷେପ ନେବା ଅନୁଭବ ନକରିବାରୁ ନ୍ୟାୟ ପାଇବା ପାଇଁ ମହାସଂଘ ନେତୃତ୍ୱରେ ଅଭିଭାବକମାନେ ନବୀନ ନିବାସ ନିକଟରେ ପୋଲିସ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

ଅଭିଯୋଗ ଉପରେ ଏଲିମେଂଟାରୀ ଡାଇରେକ୍ଟର ଜ୍ୟୋତି ରଞ୍ଜନ ମିଶ୍ରଙ୍କ ସହିତ ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଆଲୋଚନା କରିଥିଲେ। ଭୁବନେଶ୍ୱର ବିଇଓଙ୍କୁ ସବିଶେଷ ରିପୋର୍ଟ ମାଗିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡାଇରେକ୍ଟର କହିଥିଲେ। ଏହାପରେ ଆଜି ଅଭିଭାବକ ମାନେ ପୂର୍ବାହ୍ନରେ ଭୁବନେଶ୍ୱର ବିଇଓଙ୍କୁ ଫେରାଦ ହେବା ସହିତ ଗେଟ ଆଗରେ ତାଲା ପକାଇ ଧାରଣା ଦେଇଥିଲେ। କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ଶିକ୍ଷା ଅଧିକାର ଅବାହିକା କଳ୍ପନା ସାହୁ, ବିମଲ ଜେନାଙ୍କୁ ନେଇ ଏକ ପ୍ରତିନିଧି ଦଳ ବିଇଓ ପ୍ରଜ୍ଞା ପାରିମିତା ଜେନାଙ୍କ ସହିତ ଏ ସଂକ୍ରାନ୍ତରେ ଆଲୋଚନା କରିବା ପରେ ସମସ୍ତ ଅଭିଭାବକ ମାନଙ୍କ ଅଭିଯୋଗ ଅନୁଯାୟୀ ଭୁବନେଶ୍ୱରର ୨୦ଟି ସ୍କୁଲକୁ ଆରଟିଇ ନିୟମ ଉଲ୍ଲଙ୍ଘନ ନେଇ ନୋଟିସ ଜାରି ସହ ତୁରନ୍ତ ଆଡ଼ମିସନ ପାଇଁ କୁହାଯାଇଛି। ଯଦି ତୁରନ୍ତ ସେମାନଙ୍କ ଆଡ଼ମିସନ ନହୁଏ ତେବେ ବିଇଓ ଅଫିସକୁ ତାଲା ପକେଇଦିଆ ଯିବ ଏବଂ ଡାଇରେକ୍ଟର ଅଫିସ ଆଗରେ ଅନିର୍ଦ୍ଧିଷ୍ଟ ଧାରଣା ଦିଆଯିବ ବୋଲି ମହାସଂଘ ଚେତାବନୀ ଦେଇଛି।

Leave A Reply

Your email address will not be published.