Latest Odisha News

BREAKING NEWS

ଫିଟ ହେଲେ ସୂର୍ଯ୍ୟକୁମାର: ମୁମ୍ବାଇ ଟିମ ସହିତ ଯୋଗ ଦେବେ ଖୁବ ଶୀଘ୍ର 

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାଦ ସୂର୍ଯ୍ୟକୁମାର ଯାଦବ ଫିଟ ହୋଇଛନ୍ତି । ସେ ଖୁବ ଶୀଘ୍ର ଦଳ ସହିତ ଯୋଗ ଦେବେ ବୋଲି ଜଣାପଡିଛି । କ୍ରିକବଜ ରିପୋର୍ଟ ଅନୁସାରେ ନ୍ୟାଶନାଲ କ୍ରିକେଟ ଏକାଡେମୀ ସୂର୍ଯ୍ୟକୁମାରଙ୍କୁ ଫିଟ ଘୋଷଣା କରିଛି । ତେବେ ବିଧିବଦ୍ଧ ଭାବେ ଏ ସମ୍ପର୍କରେ କୌଣସି ବୟାନ ଆସି ନାହିଁ । ଚଳିତ ବର୍ଷ ଜାନୁୟାରୀରେ ସୂର୍ଯ୍ୟକୁମାରଙ୍କ ଗ୍ରୋଇନର ଅପରେଶନ ହୋଇଥିଲା । ଯେତେଦୂର ସମ୍ଭବ ଏପ୍ରିଲ ୭ରେ ହେବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମୁକାବିଲାରେ ସେ ଖେଳି ପାରନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ କ୍ରମାଗତ ୩ଟି ଯାକ ମ୍ୟାଚରେ ପରାଜିତ ହୋଇ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି ।

ସୂର୍ଯ୍ୟକୁମାରଙ୍କ ଉପସ୍ଥିତି ଦଳର ବ୍ୟାଟିଂ ଲାଇନ ଅପକୁ ମଜଭୁତ କରିବ ବୋଲି ଆଶା କରାଯାଉଛି । ଏପ୍ରିଲ ୫ରେ ସେ ଦଳ ସହିତ ଯୋଗଦେବେ । ଟି୨୦ କ୍ରିକେଟରେ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ ସର୍ବଦା ବିପକ୍ଷ ଦଳର ବୋଲରଙ୍କୁ ଚାପରେ ରଖିଥାଏ ।

Leave A Reply

Your email address will not be published.