Latest Odisha News

BREAKING NEWS

୩-୦ରେ ଶୃଙ୍ଖଳା ଜିତିଲା ବିରାଟ ବାହିନୀ, ରୋହିତ ‘ପ୍ଲେୟାର ଅଫ ଦ ସିରିଜ’ ଘୋଷିତ

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚମତ୍କାର ଖେଳ ପ୍ରଦର୍ଶନ କରି ରାଞ୍ଚି ଟେଷ୍ଟ ଜିତିବା ସହିତ ଭାରତୀୟ ଦଳ ଶୃଙ୍ଖଳାକୁ ୩-୦ରେ ପୋଛିନେଇଛି । ଦକ୍ଷିଣ ଆଫ୍ରିକାକୁ ୨ୟ ଇନିଂସରେ ୧୩୩ ରନରେ ଅଲଆଉଟ କରି ଭାରତ ଗୋଟିଏ ଇନିଂସ ସହିତ ୨୦୨ ରନରେ ବିଜୟ ହାସଲ କରିଛି ।

ଭାରତର ୧ମ ଇନିଂସ ସ୍କୋର ୪୯୭ ରନ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଦଳ ୧ମ ଇନିଂସରେ ୧୬୨ ଏବଂ ୨ୟ ଇନିଂସରେ ସମୁଦାୟ ୧୩୩ ରନ ସ୍କୋର କରି ପରାଜୟ ସ୍ୱୀକାର କରିଛି ।

ରୋହିତ ଶର୍ମା ଏହି ମ୍ୟାଚରେ ଦ୍ୱିଶତକ ହାସଲ କରି ‘ପ୍ଲେୟାର ଅଫ ଦି ମ୍ୟାଚ’ ଘୋଷିତ ହେବା ସହିତ ପୁରା ସିରିଜରେ ଦୁଇଟି ଦ୍ୱିଶତକ ଏବଂ ଏକ ଶତକୀୟ ଇନିଂସ ଖେଳି ନିଜର ଶ୍ରେଷ୍ଠତ୍ୱ ଜାହିର କରିଛନ୍ତି । ରୋହିତଙ୍କୁ ମଧ୍ୟ ‘ପ୍ଲେୟାର୍ ଅଫ ଦି ସିରିଜ୍ ’ ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.