ଭୁବନେଶ୍ବର:ଆଜୀବନ କାରାଦଣ୍ଡରେ ଦଣ୍ଡିତଙ୍କୁ ତାଙ୍କ ଆଚରଣ,ଉଚ୍ଚାରଣ ଓ ଭଦ୍ର ବ୍ୟବହାର ପାଇଁ ଆଜି ଆଗୁଆ ଖଲାସ କରିଛନ୍ତି ସରକାର । ସାରା ରାଜ୍ୟରେ ୧୯ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତଙ୍କୁ ଭଲ ବ୍ୟବହାର ପାଇଁ ଆଗୁଆ ଖଲାସ କରିଛନ୍ତି ସରକାର । ସେଥିମଧ୍ୟରୁ ୩ ଜଣଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍ରୁ ଖଲାସ କରାଯାଇଛି ।
State Sentence Review Board ନିଷ୍ପତ୍ତି ଅନୁସାରେ ସାରା ରାଜ୍ୟରୁ ୧୯ ଜଣ ମୁକ୍ତ ହେବାକୁ ହୋଇଥିବା ବେଳେ ଭୁବନେଶ୍ବର ଝାରପଡା ଜେଲ୍ରୁ ମୁକୁଳିଲେ ୩ ଜଣ କଏଦୀ । ଝାରପଡ଼ାରୁ ମୁକୁଳିଥିବା ୩ ଜଣଙ୍କ ମଧ୍ୟରୁ ଜଟଣୀ ଅଞ୍ଚଳର ରତନ ଘୋଷ, ବାଲିପାଟଣା ଅଞ୍ଚଳର ସୁରେନ୍ଦ୍ର ନାଥ ଭୋଳ ଓ ନୂଆଗାଁ ଅଞ୍ଚଳର ବିପିନ୍ ବିହାରୀ ବରାଳ । ୩ ଜଣ ହତ୍ୟା ଅଭିଯୋଗରେ ଆଜୀବନ ସଜା ଭୋଗୁଥିବା ବେଳେ ଜେଲ୍ ସୁଧାର ପ୍ରକ୍ରିୟାରେ ସାମିଲ ହୋଇ ନିଜକୁ ସୁଧାରିଥିଲେ ।
ଆଗାମୀ ଭବିଷ୍ୟତରେ ଝାରପଡ଼ାରୁ ଖଲାସ ହୋଇଥିବା ୩ ଜଣ କଏଦୀଙ୍କ ପାଇଁ ବେଶ୍ ଖୁସି ଅଛନ୍ତି ଜେଲ୍ କର୍ତ୍ତୃପକ୍ଷ । ଆଗାମୀ ଭବିଷ୍ୟତରେ ଏମାନେ ନିଜ ପରିବାରକୁ ଫେରି ଖୁସିରେ ରହିବା ସହ ସମାଜ ପାଇଁ ଉଦାହରଣ ସୃଷ୍ଟି କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଭାଗବତ ଗୀତା ଓ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ଧରାଇ ସମ୍ମାନିତ କରିବା ସହ ଆଗକୁ ତାଙ୍କ ଜୀବନ ସୁଗମ ହେଉ ବୋଲି ଶୁଭେଚ୍ଛା ଜଣାଇଛନ୍ତି ।