Latest Odisha News

BREAKING NEWS

ଦେଶରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରିବାରେ ସବୁଠୁ ଆଗରେ ଓଡ଼ିଶା

ଭୁବନେଶ୍ବର: ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (ଏନସିଆରବି) କ୍ରାଇମ୍‌ ଇନ୍‌ ଇଣ୍ଡିଆ ୨୦୨୪ ରିପୋର୍ଟ ଅନୁସାରେ ଦେଶରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରିବାରେ ସବୁଠା‌ରୁ ଆଗରେ ରହିଛି ଓଡ଼ିଶାର ଦୁର୍ନୀତି ନିବାରଣ ବିଭାଗ । ରିପୋର୍ଟ ଅନୁସାରେ ୧୫୦ଜଣ ଅଭିଯୁକ୍ତ କର୍ମଚାରୀଙ୍କୁ ଦଣ୍ଡିତ କରାଯାଇଛି ।

ସେହିପରି, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ୪୧୮ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରପଗଡ଼ରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ରହିଛି ଓ ଦ୍ବିତୀୟ ସ୍ଥାନରେ ଆସାମ ରହିଛି ।
ସରକାରୀ ପାଣ୍ଠୀର ଅପରାଧିକ ଦୁରୁପଯୋଗ ବିରୋଧରେ ପଦକ୍ଷେପ ଗ୍ରହଣ କରି ଓଡ଼ିଶା ଭିଜିଲାନ୍ସ ଦେଶରେ ତୃତୀୟ ସ୍ଥାନ‌ରେ ରହିଛି । ୨୦୨୪ରେ ରାଜ୍ୟରେ ୫୩ଟି ମାମଲା ରୁଜୁ ହୋଇଛି । ଏହି ପ୍ରସଙ୍ଗରେ ଦେଶରେ ପ୍ରଥମ ସ୍ଥାନରେ ପଞ୍ଜାବ ଓ କେରଳ ରହିଛି ।

ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଫିଯୋଗଫର୍ଦ୍ଦ (ଚାର୍ଜସିଟ୍‌) ଦାଖଲ କରିବାରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ଥିବା ବେଳେ ମହାରାଷ୍ଟ୍ର ପ୍ରଥମ ଓ ଗୁଜରାଟ ଦ୍ବିତୀୟ ସ୍ଥାନରେ ରହିଛି ।

ଭିଜିଲାନ୍ସ ବିଭାଗ ଜାରି ପ୍ରେସ୍‌ ବିବୃତି ଅନୁସାରେ, ୨୦୨୪ରେ, ୬୨ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ଠାବ କରାଯାଇଛି। ଏହା ସମଗ୍ର ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି । ସେହି ବର୍ଷ, ୨୯ରେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି । ଏହା ଦେଶରେ ଦ୍ବିତୀୟ ସର୍ବାଧିକ ସଂଖ୍ୟା ଅଟେ ।

Leave A Reply

Your email address will not be published.