Latest Odisha News

BREAKING NEWS

ଅଗଷ୍ଟରୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର ଦୁଆର, ଆସନ୍ତା ୪ରେ ହୋଇପାରେ ନିଷ୍ପତ୍ତି

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । କେବଳ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲିଛି । ଅପେକ୍ଷାରତ ଭକ୍ତଙ୍କୁ ବୋଧେ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ି ନପାରେ । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ସମ୍ପର୍କରେ ଆଲୋଚନା ପାଇଁ ଆସନ୍ତା ୪ ତାରିଖରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଭର୍ଚୁଆଲରେ ଏହି ବୈଠକ ବସିବ । ସର୍ବସାଧାରଣ ଦର୍ଶନ ନେଇ ଆଲୋଚନା ପରେ କୌଣସି ନିଷ୍ପତ୍ତି ହୋଇପାରେ । ଏବେ ସଂକ୍ରମଣ ଖସୁଛି । ସେହିପରି ବିନା ଭକ୍ତରେ ମହାପ୍ରଭୁଙ୍କ ଘୋଷଯାତ୍ରା ବି ଶୃଙ୍ଖଳିତ ଭାବରେ ଶେଷ ହୋଇଛି । ଆଗକୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ଆଶା କରାଯାଉଛି ।

କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ ୨୪ ତାରିଖରୁ ଶ୍ରୀମନ୍ଦିରରେ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । ୪ ମାସରୁ ଅଧିକ ସମୟ ହେଲାଣି ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । କଟକଣା ଭିତରେ ଆଗକୁ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତା ୪ ତାରିଖରେ କଣ ନିଷ୍ପତ୍ତି ଆସୁଛି ତାଉପରେ ନଜର ରହିଛି ।

Leave A Reply

Your email address will not be published.