Latest Odisha News

ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍; ବାହାରୁଛି ପୁଳା ପୁଳା ଟଙ୍କା

ମାଲକାନଗିରି: ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଶାନ୍ତନୁ ମହାପାତ୍ରଙ୍କ ଘର ସମେତ ୮ଟି ସ୍ଥନାରେ ଉପରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ଏହା ବ୍ୟତୀତ ଉକ୍ତ ପ୍ରକଳ୍ପର ଅନ୍ୟ ୩ କର୍ମଚାରୀ ଅମୀୟ ସାହୁ, ମୋହନ ମଣ୍ଡଳ, ଓ ବିସନ ମଣ୍ଡଳଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ ।

ତେବେ ଏହି ଚଢାଉ ସମୟରେ ଶାନ୍ତନୁ ମହାପାତ୍ରଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ନଗଦ ୨ କୋଟିରୁ ଅଧିକ ଟଙ୍କା, ପ୍ରାୟ ୩୦୦ ଗ୍ରାମର ସୁନା ଅଳଙ୍କାର, କୋରାପୁଟରେ ୬ ହଜାର ସ୍କୋୟାର ଫୁଟ୍ ସ୍ଥାନରେ ତିନି ମହାଲା ବିଶିଷ୍ଟ ଆଲିସାନ ବଙ୍ଗଳା, ଜୟପୁର ଓ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ୪ଟି ଦାମୀ ପ୍ଲଟ, ଗୋଟିଏ କାର, ଦୁଇଟି ବାଇକ୍, ବ୍ୟାଙ୍କ ଡିପୋଜିଟ ଓ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଠାବ କରିଛି ଭିଜିଲାନ୍ସ ଟିମ୍ ।

ଏହି ଚଢ଼ଉରେ ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Comments are closed.