Latest Odisha News

BREAKING NEWS

ରାଜ୍ୟସଭା ମୁଲତବୀ; ‘ତ୍ରିପଲ ତଲାକ ବିଲ’କୁ ସିଲେକ୍ଟ କମିଟିକୁ ପଠାଇବା ନେଇ ବିରୋଧିଙ୍କ ଦାବି

ନୂଆଦିଲ୍ଲୀ : ସଂସଦର ରାଜ୍ୟସଭା ଗୃହରେ ସୋମବାର ଦିନ ‘ତ୍ରିପଲ ତଲାକ’ ବିଲ୍ ଉପସ୍ଥାପନା କରାଯାଇଥିଲେ ମଧ୍ୟ ଏଥିଲାଗି ଗୃହରେ ଆଲୋଚନା ହୋଇପାରି ନାହିଁ । ବିରୋଧି ଦଳ ଏହି ବିଲକୁ ଜଏଣ୍ଟ ସିଲେକ୍ଟ କମିଟିକୁ ପଠାଇବା ନେଇ ଅଡି ବସିବାରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଫଳରେ ଗୃହ ଆସନ୍ତା ଜାନୁଆରି ୨ ତାରିଖ ଯାଏଁ ମୁଲତବୀ ରହିଲା । ବିଜେଡି ମଧ୍ୟ ଗୃହରେ ଏହା ପାରିତ ହେବା ପୂର୍ବରୁ ଏଥିରେ କିଛି ସଂଶୋଧନ ହେବା ନେଇ ଦାବି କରିଛି ।

ସଂସଦରେ ଏହି ବିଲ ନେଇ ଆସନ୍ତା ଜାନୁଆରି ୨ ତାରିଖରେ ଆଲୋଚନା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅବଶ୍ୟ ପୂର୍ବରୁ ବିଜେଡି ଏହି ବିଲ ପାରିତ ହେବା ନେଇ ବିଜେପି ସରକାରଙ୍କୁ କଥା ଦେଇଥିଲେ ମଧ୍ୟ ଏଥିରେ ଆହୁରି କିଛି ସଂଶୋଧନ ହେବା ଲାଗି ଦାବି କରିଛି । “ରାଜ୍ୟସଭାରେ ଏହି ତ୍ରିପଲ ତଲାକ ବିଲଟି ଯଥାଶୀଘ୍ର ପାରିତ ହେଉ ବୋଲି ଆମେ ଚାହୁଁଛୁ କିନ୍ତୁ ଏଥିରେ କିଛି ସଂଶୋଧନ ହେବା ଆବଶ୍ୟକ” ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ ତଥା ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ।

ବିଜେଡି ସମେତ ଅନ୍ୟ ବିରୋଧି ଦଳ ମାନେ ଦାବି କରିଛନ୍ତି, ଏସମ୍ପର୍କରେ ଥିବା ସ୍ୱାମୀଙ୍କୁ ୩ବର୍ଷ ଜେଲ ଦଣ୍ଡ ଉଚ୍ଛେଦ କରାଯାଉ । ଏହା ଏକ ପାରିବାରିକ ମାମଲା କିନ୍ତୁ ଏଥିରେ ଅପରାଧିକ ମାମଲା ଯୋଡିବା ଆବଶ୍ୟକ ନୁହେଁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେହେତୁ ଲୋକସଭାରେ ବିଜେପି ସରକାରଙ୍କ ସଂଖ୍ୟା ଗରିଷ୍ଠତା ରହିଥିବା ହେତୁ ଲୋକସଭାରେ ପାରିତ ହୋଇସାରିଛି କିନ୍ତୁ ଏପର୍ଯ୍ୟନ୍ତ ଏହି ବିଲ୍ଟି ରାଜ୍ୟସଭାରେ ପାରିତ ହୋଇପାରିନାହିଁ । ଏନଡିଏର ସହଯୋଗୀ ଦଳ ଜେଡିୟୁ ଏହି ବିଲ୍ ପାରିତ ହେବା ନେଇ ମତଦାନ କରାଯିବାକୁ ନିଷ୍ପତ୍ତି ନେଇଛି ।

ଏସମ୍ପର୍କରେ ଟିଡିପି ସଭାପତି ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଟେଲିଫୋନ ଯୋଗେ ରାହୁଲ ଗାନ୍ଧୀ ଓ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି ।

ଆଜି ରାଜ୍ୟସଭାରେ ଅଧିବେସନ ଆରମ୍ଭ ହେବା ପୂର୍ବରୁ ବିଜେପିର ସଂସଦୀୟ ଦଳ ବୈଠକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅମିତ ଶାହା, ଅର୍ଥନୀତି ଅରୁଣ ଜେଟଲୀ ଓ ଗୃହମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.