Latest Odisha News

BREAKING NEWS

୨୦ ମହଲାରୁ ଖସି ଓୟୋ ଫାଉଣ୍ଡର ରିତେଶଙ୍କ ବାପା ରମେଶ ଅଗ୍ରୱାଲଙ୍କ ପରଲୋକ

ମୁମ୍ବାଇ: ଦେଶର ଚର୍ଚ୍ଚିତ ଓୟୋ ରୁମ୍ସ ଚେନ ଫାଉଣ୍ଡର ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲଙ୍କ ପରଲୋକ ହୋଇଛି । ଗୁରୁଗ୍ରାମ ସ୍ଥିତ ଏକ ବିଲ୍ଡିଂର ୨୦ ମହଲାରୁ ଖସି ପଡିବା ଯୋଗୁ ତାଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ରମେଶଙ୍କ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି । ଚଳିତ ସପ୍ତାହରେ ରିତେଶଙ୍କ ବିବାହ ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲରେ ଧୂମଧାମରେ ହୋଇଥିଲା । ଘରେ ଖୁସିର ବାତାବରଣ ଥିବା ବେଳେ ଏହି ଦୁର୍ଘଟଣା ସମସ୍ତ ମନ ଦୁଃଖ କରାଯାଇଛି ।

୧୯ ବର୍ଷ ବୟସରେ ରିତେଶ ଓୟୋର ସ୍ଥାପନା କରିଥିଲେ । ସେ କମ ବୟସରେ ଏହି ବ୍ୟବସାୟ ମାଧ୍ୟମରେ କୋଟିପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଓୟୋ ଏବେ ୮୦ ଦେଶରେ ୮୦୦ରୁ ଅଧିକ ସହରରେ କାମ କରୁଛି । ପର୍ଯ୍ୟଟକଙ୍କ ଶସ୍ତା ଏବଂ ସ୍ୱଚ୍ଛ ରୁମ ଯୋଗାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

Leave A Reply

Your email address will not be published.