ଡାମ୍ବୁଲା: ଶ୍ରୀଲଙ୍କାର ଡାମ୍ବୁଲାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜରେ ଗୁରୁବାର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଆଫଗାନିସ୍ତାନ ଏ ଟିମକୁ ଭାରତ ଏକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଏ ଟିମ ୪୯ ଓଭରରେ ୯ ୱିକେଟ ହରାଇ ୩୪୯ ରନ କରିଥିଲା । ପ୍ରଭସିମ୍ରନ ସିଂ(୮୪), ରିତୁରାଜ ଗାଏକ୍ୱାଡ(୬୬) ଓ ତିଳକ ବର୍ମା(୬୬) ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ବୈଭବ ସୂର୍ଯ୍ୟବଂଶର ୨୨ ବଲରେ ୪୪ ରନର ଇନିଂସ ଖେଳିଥିଲେ । ବର୍ଷା ବାରମ୍ବାର ମ୍ୟାଚରେ ବାଧା ସୃଷ୍ଟି କରିଥିଲା । ଆଫଗାନିସ୍ତାନ ଏ ଟିମକୁ ଡିଏଲ ନିୟମ ଅନୁସାରେ ୩୮ ଓଭରରେ ୨୯୪ ରନର ଲକ୍ଷ୍ୟ ମିଳିଲା ।
ଇମ୍ରାନ ମୀରଙ୍କ ୭୫ ଓ ବାହିର ଶାହଙ୍କ ୫୧ ରନ ସହାୟତାରେ ୨୫.୫ ଓଭରରେ ୨ ୱିକେଟ ହରାଇ ୧୭୭ ରନ ସଂଗ୍ରହ କରିଥବା ବେଳେ ପୂନର୍ବାର ବର୍ଷା ହୋଇଥିଲା । ଶେଷରେ ଆଫଗାନିସ୍ତାନ ଏକୁ ବିଜୟୀ ଘୋଷିତ କରାଯାଇଥିଲା । ସେ ସମୟରେ ଟାର୍ଗେଟ ୧୭୩ ରନ ରହିଥିବା ବେଳେ ଆଫଗାନିସ୍ତାନ ଟିମ ୧୭୭ ରନ ସଂଗ୍ରହ କରି ସାରିଥିଲା । ଭାରତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଭାଗ୍ୟ ସହାୟ ହେବାରୁ ଆଫଗାନିସ୍ତାନ ଟିମ ବିଜୟୀ ହୋଇଥିଲା ।