Latest Odisha News

ବାତ୍ୟା ବିପନ୍ନଙ୍କ ଲାଗି ସହଯୋଗର ହାତ ବଢାଇଲେ ବଲିଉଡର ସେଲିବ୍ରିଟି

ଭୁବନେଶ୍ୱର : ଓଡିଶାରେ ତାଣ୍ଡବ ରଚିଥିବା ବାତ୍ୟା ‘ଫନି’ ପରେ ରାଜ୍ୟବାସୀଙ୍କୁ ସହାୟତାର ହାତ ବଢାଇଛନ୍ତି ବଲିଉଡର ସେଲିବ୍ରିଟିମାନେ । ଏହି ସେଲିବ୍ରିଟିମାନେ #WithYouOdisha ନାମକ ଏକ ଅଭିଯାନ ଆରମ୍ଭ କରିବା ସହ ଓଡିଶାବାସୀଙ୍କୁ ସହାୟତା ପାଇଁ ଆହ୍ୱାନ କରିଛନ୍ତି ।

ଏହି ଅଭିଯାନରେ ସାମିଲ ହୋଇଛନ୍ତି ଶିଳ୍ପା ସେଟ୍ଟୀ କୁନ୍ଦ୍ରା, କପିଲ ଶର୍ମା, ଅନୁରାଗ ବସୁ, ଜାଭେଦ ଅଲ୍ଲୀ, କୃଷ୍ଣା ଅଭିଷେକ, ଅବିର ସୋଫି, ପାରିତୋଷ ତ୍ରିପାଠୀ, ନିତିନ କୁମାର ଏବଂ ରକୁଲ ପ୍ରୀତ ପ୍ରମୁଖ ରହିଛନ୍ତି ।

ଏହାପୂର୍ବରୁ ଅଭିନେତା ଅକ୍ଷୟ କୁମାର ବନ୍ୟା ପ୍ରପୀଡିତଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।

ବାତ୍ୟା ଫନି ପ୍ରଭାବରେ ଓଡିଶାରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର କରିବା ଲାଗି ବଲିଉଡର ବିଗବି ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ରାଜକୁମାର ରାଓ, ଦିଶା ପଟାନୀ ଓ ବରୁଣ ଧବନଙ୍କ ସମେତ ଅନ୍ୟ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ସୋସିଆଲ ମିଡିଆରେ ନିଜ ନିଜ ପ୍ରଂଶସକଙ୍କୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.