Latest Odisha News

BREAKING NEWS

୩୦ ଜିଲ୍ଲାରୁ ଆଜି ପୁଣି ୪୨୩୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ବଢ଼ି ଚାଲିଛି କରୋନା ମହାମାରୀ । ଗତ ୨୪ ଘଂଟା ମଧ୍ୟରେ ଆଜି ପୁଣି ରେକର୍ଡ ସଂଖ୍ୟକ ନୂଆ ୪୨୩୭ଟି କରୋନା ମାମଲା ଚିହ୍ନଟ ହୋଇଛି । ଏଥିରେ ୧୭୫୨ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୪୮୫ଟି କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ମାମଲା ମଧ୍ୟରୁ…

ଦେଶରେ ୫୬ ଲକ୍ଷ ଡେଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନାକୁ ଲାଗୁନି ଲଗାମ । ପୁଣି ଗତ ୨୪ ଘଂଟା ଭିତରେ ୮୩,୩୪୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଲକ୍ଷ ୪୬ ହଜାର ୦୧୦ରେ ପହଂଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଏହା ସହ…

୪ ଦିନ ହେଲା ଗାଁ ଦାଣ୍ଡରେ ପଡିଛି ମା’-ଝିଅଙ୍କ ମୃତଦେହ

ରାଜନଗର: ଗାଁ ଦାଣ୍ଡରେ ପଡିଛି ମା’-ଝିଅଙ୍କ ମୃତଦେହ । ଦୀର୍ଘ ୪ ଦିନ ହେବ ଉଭୟଙ୍କ ମୃତଦେହ ପଡିଛି ରହିଛି । ଗ୍ରାବବାସୀ ଶବସତ୍କାର କରୁନଥିବାରୁ ସେଥିରୁ ଦୁର୍ଗନ୍ଧ ମଧ୍ୟ ବାହାରିଲାଣି । ଅଭିଯୁକ୍ତକୁ ଗିରଫ ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ । ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି…

ନରମିଲା ଚୀନ୍‌: ସୀମାରେ ଦୁଇ ପକ୍ଷ ଆଉ ବଢ଼ାଇବେନି ସୈନ୍ୟ ବଳ

ନୂଆଦିଲ୍ଲୀ: ଶେଷରେ ନରମିଲା ଚୀନ୍ । ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନାରେ ମାନିଲା ଡ୍ରାଗନ । ଦୀର୍ଘ ୧୩ ଘଂଟାର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ପରେ ବାହାରିଲା ନିଷ୍କର୍ସ । ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ ଓ ଚୀନ୍ ଆଉ ସୀମାନ୍ତ ଅଂଚଳରେ ବଢାଇବେନି ସୈନ୍ୟ ବଳ । ଏହା…

ଆଜି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ଦିନ ହେବ ପ୍ରତିଦିନ ୯୦ ହଜାରୁର ଏକ ଲକ୍ଷ ପର୍ଯ୍ୟନ୍ତ ନୂଆ ମାମଲା ଆସଛି । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ଆଜି ମୋଦୀ ମହାମାରୀ କରୋନା ଦ୍ୱାରା…

ମୃତକଙ୍କ ହେବନି କରୋନା ପରୀକ୍ଷା

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ହେବନି କୋଭିଡ ଟେଷ୍ଟ । ମୃତକଙ୍କ କରୋନା ପରୀକ୍ଷା ନକରିବା ଲାଗି ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଅଯଥାରେ ମୃତଦେହ ହସ୍ତାନ୍ତରରେ ବିଳମ୍ବ ହେବା ସହ ମୃତକଙ୍କ ପରିବାରବର୍ଗ ଶୋଷଣରୁ ମୁକ୍ତ ହୋଇପାରିବେ । ଏଥିସହ ଯେଉଁ ସରକାରୀ…

ଡ୍ରଗ୍ସ ଜାଲରେ ବଲିଉଡ ନାୟିକା: ଅଭିଯୋଗ ପରେ ମୁହଁ ଖୋଲିଲେ ଦିୟା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍ସ କନେକ୍ସନ ମାମଲା ଆସିବା ପରଠୁ ଅନେକ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି। ଜଣେ ପରେ ଜଣେ ଅଭିନେତ୍ରୀ ଡ୍ରଗ୍ସ ସେବନ କରୁଥିବା ମାମଲାର ଖୁଲାସା ହୋଇ ସାରିଛି। ଏହା ମଧ୍ୟରେ ଡ୍ରଗ୍ସ ମାମଲାରେ ଏନସିବିର ରାଡାରରେ ଦୀୟା…

OJEE ଅନ୍‌ଲାଇନ୍ ଆବେଦନର ଆଜି ଶେଷ ତାରିଖ

ଭୁବନେଶ୍ୱର: ଚଳିତ ବର୍ଷ ଓଜେଇଇ ଅନ୍‌ଲାଇନ୍ ଆବେଦନର ଆଜି ଶେଷ ତାରିଖ । ଏଥିପାଇଁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଡେଡ୍‌ଲାଇନ୍ ରଖାଯାଇଛି । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ସେହିପରି ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍‌ଲାଇନ୍ ଫି’ ଜମା ପାଇଁ ଡେଡଲାଇନ୍ ରହିଛି ।…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର: ସମ୍ବଲପୁର : ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିଲା । ବର୍ତ୍ତମାନ ୯ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହି ଗେଟ୍ ଖୋଲି ଦିଆଯାଇଛି । ୧ଲକ୍ଷ ୭୦ହଜାର ୨୧୫ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୨୩-୯-୨୦୨୦ ବୁଧବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୨୩ ରିଖ ବୁଧବାର କନ୍ୟା ୮ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ସପ୍ତମୀ ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର   ଘାତ ବାର-: କର୍କଟ ରାଶିର      ଘାତ…