Latest Odisha News

BREAKING NEWS

ଦେଶବାସୀଙ୍କୁ ୩ ବରିଷ୍ଠ ଡାକ୍ତରଙ୍କ ପରାମର୍ଶ, ପଜିଟିଭ୍ ହେଲେ ଭୟଭୀତ ହୁଅ ନାହିଁ

ନୂଆଦିଲ୍ଲୀ : ମହାମାରୀ କରୋନାକୁ ସାରା ଦେଶ ଚିନ୍ତାରେ ଥିବା ବେଳେ, ଆଜି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ଦେଶର ୩ ଜଣ ବରିଷ୍ଠ ଡାକ୍ତର । ଦିଲ୍ଲୀ ଏମସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ନାରାୟଣ ହେଲଥ ଅଧ୍ୟକ୍ଷର ଡକ୍ଟର ଦେବୀ ସେଟ୍ଟୀ ଓ ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ନରେଶ ତ୍ରେହାନ…

ମେ ୧୩ରେ ରିଲିଜ କରିବ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ’; କାଲି ଟ୍ରେଲର ରିଲିଜ

ମୁମ୍ବାଇ: ଇଦ୍ ରିଲିଜର ପରମ୍ପରାକୁ ବଜାୟ ରଖି ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର -'ରାଧେ' ମେ ୧୩, ୨୦୨୧ ରେ ଇଦ୍ ଅବସରରେ ପ୍ରେକ୍ଷାଳୟରେ ଏବଂ ଏକାଧିକ ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ନିର୍ଦ୍ଦେଶକ ପ୍ରଭାସ ଦେବ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଟ୍ରେଲର…

କେଦାରନାଥ ସମେତ ଅନ୍ୟ ପର୍ଯ୍ୟଟନସ୍ଥଳୀର ୧୦ ଲକ୍ଷରୁ ଅଧିକ ବୁକିଙ୍ଗ୍ ରଦ୍ଦ, ଫିକା ପଡିଲା ବ୍ୟବସାୟୀଙ୍କ ଆଶା

ନୂଆଦିଲ୍ଲୀ : ଭାରତରେ ଅଣାୟତ ହେଲାଣି କରୋନା ମହାମାରୀ । ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ହୋମ ଷ୍ଟେ, ହଟ, କଟେଜ, ହୋଟେଲ, ରେଷ୍ଟୁରାଣ୍ଟ ସହ ଜଡିତ ସମସ୍ତ ବୁକିଂ କ୍ୟାନ୍ସଲ ହେବାରେ ଲାଗିଛି । ଗଲା ଗୋଟିଏ ସପ୍ତାହରେ କେଦାରନାଥ ସମେତ ଅନ୍ୟ ପର୍ଯ୍ୟଟନ ସ୍ଥଳୀର ୧୦ ଲକ୍ଷରୁ ଅଧିକ ବୁକିଙ୍ଗ୍…

ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ ହେଲେ ସାଂସଦ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ବିଜେପି ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବରେ ମନୋନୀତ କରାଯାଇଛି। ବୈଷ୍ଣବଙ୍କ ବ୍ୟତୀତ ରାଜ୍ୟସଭା ଅଧ୍ୟକ୍ଷ ଡ. କେଶଭ ରାଓଙ୍କୁ ପରିଷଦର ସଦସ୍ୟ ଭାବରେ ମନୋନୀତ କରଯୋଇଛି ବୋଲି…

ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ, ୧୨୦ରେ ଅଲଆଉଟ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପଞ୍ଜାବ କିଙ୍ଗ୍‌ସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଟସ୍ ଜିତି ପଞ୍ଜାବ ବ୍ୟାଟିଂ ନିଷ୍ପତି ନେଇଥିଲେ ମଧ୍ୟ ଏହା ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ଦଳ ହାଇଦ୍ରାବାଦ ବୋଲିଂର ଉଚିତ ମୁକାବିଲା କରି ନ…

ଝୁଲିଲା ବ୍ୟାନର୍‌, ଲାଲ ବାହିନୀ ଟାର୍ଗେଟ୍‌ରେ କେନ୍ଦୁପତ୍ର ବ୍ୟବସାୟୀ !

ମାଲକାନଗିରି: ସାବଧାନ କେନ୍ଦୁପତ୍ର ବ୍ୟବସାୟୀ ! ଏବେ ତୁମ ପାଳି । ମାଓବାଦୀଙ୍କ ତରଫରୁ କେନ୍ଦୁପତ୍ର ବ୍ୟବସାୟୀଙ୍କୁ କିଛି ଏପରି ଧମକ ମିଳିଛି । ମାଲକାନଗିରି କୋରୁକଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଂଚାୟର ମୁଖ୍ୟ ରାସ୍ତାରେ ଧମକପୂର୍ନ ଲାଲରଙ୍ଗର ବ୍ୟାନର ଲଗାଇଛି ମାଓ ସଙ୍ଗଠନ ।…

ପାରା ନାଁରେ ଏଫ୍ଆଇଆର୍‌

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ସୀମା ନିକଟରୁ ଏକ ପାରା ଧରାପଡ଼ିଛି। ଯାହା ନାଁରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ରୋରାନୱାଲାରେ ଡ୍ୟୁଟିରେ ଥିବା ଜଣେ କନେଷ୍ଟବଳଙ୍କ ନିକଟକୁ ପାରାଟି ଉଡିଆସି ତାଙ୍କ କାନ୍ଧ ଉପରେ ବସିଥିଲା। ଏହାସହ ପାରାଟିର ଗୋଡରେ ଏକ କାଗଜ ଖଣ୍ଡ ବନ୍ଧା ହୋଇଥିବା ମଧ୍ୟ…

ଛାତିରେ ଯନ୍ତ୍ରଣା ହେବାରୁ ସାଂସଦ ବିଶେଶ୍ବର ଟୁଡୁ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା: ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଡାକ୍ତରଖାନାରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ପ୍ରଥମେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା…

ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନରେ ଲାଗିଲା କଟକଣା

ଗଞ୍ଜାମ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନରେ ଲାଗିଲା କଟକଣା । ଆସନ୍ତାକାଲିଠାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ମନ୍ଦିର, ମସଜିଦ୍, ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ନୂଆ କଟକଣା…

ୱେଲଡିଂ ଦୋକାନରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ !

ଅନୁଗୁଳ: ଝୁଲୁଥିଲା ମୃତଦେହ । ଆଉ ତା ପୁଣି ୱେଲଡିଂ ଦୋକାନରେ । ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ମୃତଦେହକୁ ପୋଲିସ ଉଦ୍ଧାର କରିଥିଲାବେଳେ ମୃତକଙ୍କ ପରିଚୟ ଖଲାରୀ ବାସିନ୍ଦା ୩୯ ବର୍ଷୀୟ ହରି ଓରଫ ଅରକ୍ଷିତ ଗଡନାୟକ ବୋଲି ଜଣାପଡିଛି ।…