Latest Odisha News

BREAKING NEWS

ଜାଣନ୍ତୁ, ମାର୍ଚ୍ଚ ୨୮ ଯାଏଁ କେଉଁସବୁ ବିମାନ ଉଡାଣ ବାତିଲ

ଭୁବନେଶ୍ୱର: ଭାରତରେ ଦିନକୁ ଦିନ କାୟା ବିସ୍ତାର କରୁଥିବା କରୋନାଭାଇରସର ମୁକାବିଲା କରିବାକୁ ଦେଶବ୍ୟାପୀ ରବିବାର ଦିନ ଜନତା କର୍ଫ୍ୟୁ ଏବଂ ଓଡିଶାରେ ଜାରି ରହିଥିବା ଲକଡାଉନ ଯୋଗୁଁ ଭୁବନେଶ୍ୱରରୁ ଘରୋଇ ବିମାନ ଚଳାଚଳ ସ୍ଥଗିତ ରହିଛି। ଗୋଏୟାର ରବିବାର ଦିନ ପାଇଁ ସମସ୍ତ ବିମାନ ଚଳାଚଳ…

କରୋନା ପାଇଁ ଭାରତୀୟ ରେଲୱେ ବୋର୍ଡର ନିଷ୍ପତ୍ତି; ମାର୍ଚ୍ଚ ୩୧ ଯାଏଁ ଟ୍ରେନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: କରୋନାଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତୀୟ ରେଳବାଇ ବୋର୍ଡ ବଡ ନିଷ୍ପତ୍ତି ନେଇଛି । ଭାରତୀୟ ରେଳବାଇ ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ଯାତ୍ରୀ ଟ୍ରେନ ଚଳାଚଳକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ରେଳବାଇ ବୋର୍ଡ କହିଛି ଯେ, ସମସ୍ତ ଦୂରଯାତ୍ରା କରୁଥିବା ଟ୍ରେନ,…

ଜରୁରୀ ଥିଲେ ବାଇକ୍‌ରେ ନୁହେଁ ଚାଲିକି ଯାଆନ୍ତୁ: ସିପି

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳନ କରାଯାଉଛି । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଘୋଷଣା କରିଥିବା ଲକ୍‌ଡାଉନ୍ ମଧ୍ୟ ଜାରି ରହିଛି । ଏହି ସମୟରେ ସରକାରୀ ନିର୍ଦ୍ଦେଶ ମାନିବାକୁ ପୋଲିସ କମିଶନର ସୁଧାଂଶୁ…

ଯାଜପୁର ଲକ ଡାଉନ : ଗାଁ ଠୁ ସହର ଅଭୂତପୂର୍ବ ସମର୍ଥନ

ଯାଜପୁର: ସମ୍ଭାବ୍ୟ କରୋନା ଭୁତାଣୁ ର ସଂକ୍ରମଣକୁ ରୋକ ଲଗାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଥିଲେ l ଏହି ଆହ୍ୱାନ କ୍ରମେ ଆଜି ଦେଶବ୍ୟାପୀ ଓ ରାଜ୍ୟରେ ଜନତା କର୍ଫ୍ୟୁ ଜାରି ରହିଛି l ଏହି କର୍ଫ୍ୟୁକୁ ଯାଜପୁରରେ ଅଦ୍ଭୁତପୂର୍ବ ସମର୍ଥନ ଦେଖିବାକୁ…

ସୁକମା ଏନକାଉଣ୍ଟର: ଏବେବି ୧୩ ଯବାନ ନିଖୋଜ, ୧୪ ଆହତ

ରାୟପୁର: ଗତ ବିଳମ୍ବିତ ରାତିରେ ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ମାଓବାଦୀଙ୍କ ଗୁଳିରେ ୧୪ ଯବାନ ଆହତ ହୋଇଛନ୍ତି । ସେପଟେ ଏବେବି ୧୩ ଯବନା ନିଖୋଜ ଥିବା ଜଣାପଡିଛି । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରର ଏକ ଘରୋଇ ହସ୍ପିଟାଲରେ…

ବଜ୍ରପାତ ସହ ବର୍ଷା ଆଶଙ୍କା; ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, କେନ୍ଦ୍ରାପଡା, ବାଲେଶ୍ୱର, ମୟୂରଭଞ୍ଜ,…

ଜନତା କର୍ଫ୍ୟୁ ସମର୍ଥନରେ ଶାହିନବାଗରୁ ହଟିଲେ ମହିଳା; ଧାରଣାସ୍ଥଳରେ ରଖିଲେ ଜୋତା, ଚପଲ

ନୂଆଦିଲ୍ଲୀ: ଜନତା କର୍ଫ୍ୟୁର ସମର୍ଥନରେ ଦିଲ୍ଲୀର ଶାହିନବାଗ ଅଂଚଳରେ ପାଖାପାଖି ୧୦୦ଦିନ ହେବ ସିଏଏ, ଏନଆରସି, ଏନପିଆରକୁ ନେଇ ଚାଲିଥିବା ଆନ୍ଦୋଳନକୁ ମହିଳାମାନେ ସ୍ଥଗିତ ରଖିଛନ୍ତି । ଜନତା କର୍ଫ୍ୟୁ ସମୟରେ ଶାହିନବାଗ ଆନ୍ଦୋଳନକାରୀ ପ୍ରତିକାତ୍ମକ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି ।…

ସମଗ୍ର ପଞ୍ଜାବରେ ମାର୍ଚ୍ଚ ୩୧ ଯାଏଁ ଲକ୍‌-ଡାଉନ୍ ଘୋଷଣା

ଚଣ୍ଡିଗଡ: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମଗ୍ର ପଞ୍ଜାବରେ ଆଜିଠାରୁ ମାର୍ଚ୍ଚ ୩୧ଯାଏଁ ଲକ୍‌-ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । କେବଳ ଜରୁରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ତଥା ସେବା କ୍ଷେତ୍ରକୁ ଛାଡି ଅନ୍ୟ ସବୁ ଉପରେ ଏହି ସମ୍ପୂର୍ଣ୍ଣ ବନ୍ଦ ବା…

କରୋନା ଆଲର୍ଟ: ସଂକ୍ରମିତ, ପରିବାର ଓ ଡାକ୍ତରଙ୍କ ପରିଚୟ ପ୍ରକାଶ କରିବା ମନା

ଭୁବନେଶ୍ୱର: କରୋନାଭାଇରସ୍ ରୋଗୀ, ସେମାନଙ୍କ ପିତାମାତା ଏବଂ ସମ୍ପର୍କୀୟ ତଥା ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରିଚୟ ପ୍ରକାଶ ନକରିବାକୁ ଓଡ଼ିଶା ସରକାର ଗଣମାଧ୍ୟମକୁ (ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଏବଂ ୱେବ୍) ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

କରୋନା ବିରୁଦ୍ଧରେ ଲଢ଼େଇ: ବ୍ରଜରାଜନଗରକୁ ସପ୍ତାହେ ବ୍ୟାପୀ ଲକଡାଉନ ଘୋଷଣା

ଝାରସୁଗୁଡା: ଓଡିଶା ସରକାର ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ସପ୍ତାହେ ବ୍ୟାପୀ ଲକଡାଉନ ଘୋଷଣା କରିବା ପରେ ଝାରସୁଗୁଡା ଜିଲ୍ଲାପାଳ ମଧ୍ୟ ରବିବାର ଦିନ ବ୍ରଜରାଜନଗର ସହରକୁ ବନ୍ଦ ଘୋଷଣା କରିଛନ୍ତି । ରାଜ୍ୟରେ କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଜନତା କର୍ଫ୍ୟୁ ଚାଲିଛି । ଗଣମାଧ୍ୟମକୁ…