Latest Odisha News

BREAKING NEWS

ଫିନଲ୍ୟାଣ୍ଡ ବିଶ୍ୱର ସବୁଠୁ ସୁଖୀ ଦେଶ; ତାଲିକାରେ ଭାରତର ସ୍ଥାନ କେତେ?

ନ୍ୟୁୟର୍କ: ଫିନଲ୍ୟାଣ୍ଡ ଦୁନିଆର ସବୁଠାରୁ ସୁଖୀ ଦେଶ ତାଲିକାରେ ଲଗାତାର ତୃତୀୟ ଥର ପ୍ରଥମ ସ୍ଥାନ ହାସଲ କରିଛି । ଫିନଲ୍ୟାଣ୍ଡର ଜନସଂଖ୍ୟା ପାଖାପାଖି ୫୫ଲକ୍ଷ । ଭାରତ ସୁଖୀ ତାଲିକାରେ ୧୪୪ତମ ସ୍ଥାନରେ ଅଛି । ଏହି ତାଲିକାରେ ଫିନଲ୍ୟାଣ୍ଡ ପଛକୁ ଯଥାକ୍ରମେ ଡେନମାର୍କ, ସ୍ୱିଜରଲାଣ୍ଡ,…

୫ଟି ଜିଲ୍ଲାରେ ବର୍ଷା ସହ ହେବ ଝଡତୋଫାନ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ଯାଜପୁର, ପୁରୀ ଓ…

କାଲି ରାଜ୍ୟରେ ଗଡିବନି ଘରୋଇ ବସ୍‌, ଜନତା କର୍ଫ୍ୟୁକୁ ସମର୍ଥନ

ଭୁବନେଶ୍ୱର: ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତାକାଲି ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ । ସକାଳ ୭ଟାଠାରୁ ରାତି ୯ଟା ଯାଏଁ ରାଜ୍ୟରେ ପ୍ରାୟ ୧୪ ହଜାର ବସ୍‌ ଚଳାଚଳ…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କାୟା ବିସ୍ତାର କିରିବାରେ ଲାଗିଛି ମାରାତ୍ମକ ଭୂତାଣୁ କୋଭିଡ-୧୯ । ଦିନକୁ ଦିନ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମ୍‌ଆର୍‌ର ସୂଚନା ଅନୁସାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ…

ଟ୍ୱିନସିଟିରେ ବସ, ଟ୍ରକ ପାଇଁ ଲାଗୁ ହେବନି ଯୁଗ୍ମ-ଅଯୁଗ୍ମ ନିୟମ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ସାର୍ବଜନିକ ପରିବହନ ଯାନ ଟ୍ରକ ଓ ବସ ପାଇଁ ଯୁଗ୍ମ -ଅଯୁଗ୍ମ ନିୟମ ଲାଗୁ ହେବ ନାହିଁ ବୋଲି ଶନିବାର ଦିନ ପୋଲିସ କମିଶନରେଟ୍ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଦିନ ପୋଲିସ ରାସ୍ତାରେ ଯାନବାହନ ଗୁଡିକର ସଂଖ୍ୟା କମ୍ କରି କରୋନାଭାଇରସ ସଂକ୍ରମଣକୁ…

୧୦ ଟଙ୍କାରେ ମାସ୍କ ବିକିବାକୁ କେନ୍ଦ୍ରର କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ ଆତଙ୍କ ଲାଗି ରହିଥିବା ବେଳେ ବଜାରରେ ମିଳୁଥିବା ମାସ୍କ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ କେନ୍ଦ୍ର ସରକାର ନିୟନ୍ତ୍ରଣ କରିଛନ୍ତି। ସୂଚନାନୁଯାୟୀ, ଏବେ ଦୁଇ ଲେୟାର ବିଶିଷ୍ଟ ମାସ୍କର ଦାମ ୮ ଟଙ୍କାରେ ବିକ୍ରି ହେବ ଏବଂ ତିନି ଲେୟାର ବିଶିଷ୍ଟ ମାସ୍କର…

ମାଲକାନଗିରିରେ ଭୁମିକମ୍ପ ଝଟକା

ମାଲକାନଗିରି: ମାଲକାନଗିରିରେ ଶନିବାର ଦିନ ସକାଳେ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୨ ମପା ଯାଇଥିଲା । ପ୍ରାପ୍ତ ସୂଚନାନୁଯାୟୀ ଏହି ଭୁମିକମ୍ପ ପ୍ରାୟ ୨ ସେକେଣ୍ଡ ଯାଏଁ ଭୁମିକମ୍ପ…

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ; ଗୋଟିଏ ଦିନରେ ୬୩କୁ ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩କୁ ବୃଦ୍ଧି ହୋଇଛି ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜଶେ ଟୋପେ ଶନିବାର ଦିନ ସ୍ପଷ୍ଟ କରିଛନ୍ତି । ମହାରାଷ୍ଟ୍ରରେ କରୋନା ପଜିଟିଭ ମାମଲାଙ୍କ ଗୋଟିଏ ଦିନରେ ୧୧ ବଢ଼ିଛି । ସେମାନେଙ୍କ ମଧ୍ୟରୁ ୮ଜଣ ବିଦେଶରୁ ଫେରିଥିବା…

ଜନତା କର୍ଫ୍ୟୁ ଲାଗି ରବିବାର ଦିନ ଟ୍ରେନ ସେବା ବାତିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲଗାଯାଇଥିବା ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୨ ତାରିଖ ତଥା ରବିବାର ଦିନ ସକାଳ ୪ଟାରୁ ୧୦ଟା ମଧ୍ୟରେ ସମସ୍ତ ଟ୍ରେନ୍ ବାତିଲ ରହିବା ନେଇ ଘୋଷଣା କରାଯାଇଛି । ଏନେଇ ରେଳ ବୋର୍ଡ ଜୋନାଲ…

କରୋନା ପାଇଁ ଯୁପି ସରକାରଙ୍କ ଘୋଷଣା; ୧୫ ଲକ୍ଷ ଦିନ ମଜୁରିଆ ପାଇବେ ୧ହଜାର ଟଙ୍କା

ଲକ୍ଷ୍ନୌ: ସାରା ଦେଶରେ କରୋନାଭାଇରସ ସଂକ୍ରମଣ ଯୋଗୁଁ ଆସିଥିବା ସଙ୍କଟ ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ବଡ ଘୋଷଣା କରିଛନ୍ତି । ରାଜ୍ୟର ଦିନ ମଜୁରିଆଙ୍କୁ ୧ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ଅନୁସାରେ ୨୦.୩୭ ଲକ୍ଷ…