Latest Odisha News

BREAKING NEWS

ମୃତକଙ୍କ ହେବନି କରୋନା ପରୀକ୍ଷା

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ହେବନି କୋଭିଡ ଟେଷ୍ଟ । ମୃତକଙ୍କ କରୋନା ପରୀକ୍ଷା ନକରିବା ଲାଗି ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଅଯଥାରେ ମୃତଦେହ ହସ୍ତାନ୍ତରରେ ବିଳମ୍ବ ହେବା ସହ ମୃତକଙ୍କ ପରିବାରବର୍ଗ ଶୋଷଣରୁ ମୁକ୍ତ ହୋଇପାରିବେ । ଏଥିସହ ଯେଉଁ ସରକାରୀ…

ଡ୍ରଗ୍ସ ଜାଲରେ ବଲିଉଡ ନାୟିକା: ଅଭିଯୋଗ ପରେ ମୁହଁ ଖୋଲିଲେ ଦିୟା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍ସ କନେକ୍ସନ ମାମଲା ଆସିବା ପରଠୁ ଅନେକ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି। ଜଣେ ପରେ ଜଣେ ଅଭିନେତ୍ରୀ ଡ୍ରଗ୍ସ ସେବନ କରୁଥିବା ମାମଲାର ଖୁଲାସା ହୋଇ ସାରିଛି। ଏହା ମଧ୍ୟରେ ଡ୍ରଗ୍ସ ମାମଲାରେ ଏନସିବିର ରାଡାରରେ ଦୀୟା…

OJEE ଅନ୍‌ଲାଇନ୍ ଆବେଦନର ଆଜି ଶେଷ ତାରିଖ

ଭୁବନେଶ୍ୱର: ଚଳିତ ବର୍ଷ ଓଜେଇଇ ଅନ୍‌ଲାଇନ୍ ଆବେଦନର ଆଜି ଶେଷ ତାରିଖ । ଏଥିପାଇଁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଡେଡ୍‌ଲାଇନ୍ ରଖାଯାଇଛି । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ସେହିପରି ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍‌ଲାଇନ୍ ଫି’ ଜମା ପାଇଁ ଡେଡଲାଇନ୍ ରହିଛି ।…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର: ସମ୍ବଲପୁର : ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିଲା । ବର୍ତ୍ତମାନ ୯ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହି ଗେଟ୍ ଖୋଲି ଦିଆଯାଇଛି । ୧ଲକ୍ଷ ୭୦ହଜାର ୨୧୫ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୨୩-୯-୨୦୨୦ ବୁଧବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୨୩ ରିଖ ବୁଧବାର କନ୍ୟା ୮ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ସପ୍ତମୀ ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର   ଘାତ ବାର-: କର୍କଟ ରାଶିର      ଘାତ…

ଆଇପିଏଲ ମହାସମର: ଚେନ୍ନାଇକୁ ୧୬ ରନରେ ହରାଇଲା ରାଜସ୍ଥାନ

ସାରଜା : ଆଇପିଏଲ ମହାସମାରୋହର ଚତୁର୍ଥ ଦିନରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ୧୬ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଦୁଇ ଅଭିଜ୍ଞ ଖେଳାଳି ଆଜି ରାଜସ୍ଥାନରେ ସାମିଲ ନ ଥିଲେ ସୁଦ୍ଧା ଆଇପିଏଲ ୨୦୨୦ରେ ନିଜର ପ୍ରଥମ ମ୍ୟାଚରେ ହିଁ କମାଲ ଦେଖାଇଛି ଦଳ । ଟସ୍ ଜିତି ବୋଲିଂ ନିଷ୍ପତ୍ତି…

ରାୟଗଡାରେ ଅନରକିଲିଂ ଅଭିଯୋଗ, ତିିନି ମାସ ପରେ ହେଲା ଘଟଣାର ପର୍ଦ୍ଦାଫାଶ

ରାୟଗଡା: ରାୟଗଡାରେ ତିନି ମାସ ତଳେ ହୋଇଥିବା ଏକ ଅନରକିଲିଂର ପର୍ଦ୍ଦାଫାଶ ହୋଇଛି । ଭଉଣୀର ପ୍ରେମିକକୁ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡ ପରେ ସୁରାକ ଲୁଚାଇବାକୁ ଉଦ୍ୟମ କରିଥିଲା ହତ୍ୟାକାରୀ ଭାଇ । କିନ୍ତୁ ତିନି ମାସ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ସୂଚନା…

ଗଂଜାମରେ ଆସନ୍ତା ୨୪ ତାରିଖରୁ ପାଳନ ହେବ କୋଭିଡ ସପ୍ତାହ

ଛତ୍ରପୁର: ଆସନ୍ତା ୨୪ ତାରିଖରୁ ଅକ୍ଟୋବର ୧ ତାରିଖ ଯାଏଁ ଗଂଜାମରେ ଜିଲ୍ଲାସ୍ତରୀୟ କୋଭିଡ ସପ୍ତାହ ପାଳନ ହେବ । ଏହି ସପ୍ତାହରେ ସଚେନତାକୁ ବ୍ୟାପକ କରାଯିବାର ଲକ୍ଷ୍ୟ ରହିଛି । ଏ ନେଇ ଆଜି ଜିଲ୍ଲାପାଳ ବିଜୟ ଅମନୃତ କୁଲାଙ୍ଗେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟ…

ସେପ୍ଟେମ୍ବର ୨୫ ଯାଏଁ ଓଡିଶାର ଏହି ହସ୍ପିଟାଲ ବନ୍ଦ

କେନ୍ଦ୍ରାପଡା: ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ କରୋନା ପଜିଟିଭ ଚିହ୍ନଟ ହେବାପରେ କେନ୍ଦ୍ରାପଡାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସେପ୍ଟେମ୍ବର ୨୫ ତାରିଖ ଯାଏଁ ବନ୍ଦ କରାଯାଇଛି। ଏସମ୍ପର୍କରେ କେନ୍ଦ୍ରାପଡା ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୮୩୪ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୩୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ୍ ସୁସ୍ଥତାଙ୍କ ସଂଖ୍ୟା ୧୫୩୨୧୩ ଟପିଛି । ଖୋର୍ଦ୍ଧାରୁ ୫୨୫, କଟକରୁ ୩୮୯, ପୁରୀରୁ ୨୭୪,ଅନୁଗୁଳରୁ…