Latest Odisha News

BREAKING NEWS

ହୋଲିରେ ଅଘଟଣ, ୨ ମୃତ, ୨ ନିଖୋଜ

ରାୟଗଡା: ହୋଲେିରେ ରାୟଗଡା ଜିଲ୍ଲା ପଦ୍ମପୁରରେ ଅଘଟଣ । ଜୟପୁର ବଡନାଳରେ ବୁଡିଗଲେ ୪ ଯୁବକ । ହୋଲି ଖେଳସାରି ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିିଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ଅଛନ୍ତି । ୨ ନିଖୋଜଙ୍କୁ ଦମକଳ ବାହିନୀର କର୍ମଚାରୀମାନେ…

ଅର୍ଥ ଜନିତ ସମସ୍ୟାକୁ ଦୂରେଇ ରଖିବ ଚାଣକ୍ୟଙ୍କ ଏହି ୫ ଟି ନୀତି !

ଭୁବନେଶ୍ୱର: ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଇଛି । ମାନବ ଜୀବନକୁ ସୁଗମ କରିବାରେ ତାଙ୍କ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଧର୍ମ, ସଂସ୍କୃତି, ନ୍ୟାୟ, ଅର୍ଥ ଏବଂ ରାଜନୀତି ଉପରେ ଚାଣକ୍ୟ ନିଜର ମତ ଦେଇଛନ୍ତି। ଏହି ଚିନ୍ତାଧାରା…

ଏମିତି କିଛି ଗାଁ ଯେଉଁଠାରେ ଫଗୁ ଉଡିବା ଅଶୁଭ: ୧୦୦ ବର୍ଷ ହେବ ପାଳନ ହୋଇନାହିଁ ହୋଲି ଉତ୍ସବ !

ଭୁବନେଶ୍ୱର: ହୋଲି ପର୍ବକୁ ଲୋକମାନେ ହସ ଓ ଖୁସି ସହ ଯୋଡିଥାନ୍ତି ଏବଂ ଏହାକୁ ଶୁଭର ପ୍ରତୀକ ଭାବରେ ବିବେଚନା କରନ୍ତି । କିନ୍ତି ଆମ ଭାରତରେ ଏପରି ଅନେକ ଗ୍ରାମ ଅଛି ଯେଉଁଠାରେ ହୋଲି ପାଳନ କରିବା ଅଶୁଭ ବୋଲି ବିବେଚନା କରାଯାଏ । ଛତିଶଗଡରେ ରହିଛି ଏହିଭଳି କିଛି ଗ୍ରାମ ଅଛି ଯେଉଁଠାରେ…

କର୍ଣ୍ଣାଟକରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ; ଟ୍ୱିଟ କରି ଜଣାଇଲେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ

ବାଙ୍ଗାଲୁରୁ : ଆଜି କର୍ଣ୍ଣାଟକରେ ଆଉ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମଆର) ଏନେଇ ସ୍ପଷ୍ଟ କରିଛନ୍ତି । ଏହାକୁ ମିଶାଇ କର୍ଣ୍ଣାଟକରେ ୪ଟି କରୋନା ଭାଇରସ ମାମଲା ସ୍ପଷ୍ଟ କରାଯାଇଛି । ୪ଜଣଙ୍କ ରକ୍ତ ଓ ସ୍ୱାବ ନମୂନା ପଜିଟିଭ ଆସିଛି ।…

ହୋଲି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । ସବୁଠି ଉତ୍ସବର ମାହୋଲ । ପରସ୍ପରକୁ ରଙ୍ଗ ଅବିର ଲଗାଇ ସମସ୍ତେ ଭାଇଚାରର ସମ୍ପର୍କ ସ୍ଥାପନ କରିଥାନ୍ତି । ହୋଲି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ…

କାଗଜ କଳରେ ଅଗ୍ନିକାଣ୍ଡ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ବାଲେଶ୍ଵର: ବାଲେଶ୍ୱର ଜିଲ୍ଲାର ରେମୁଣା ଅନ୍ତର୍ଗତ ଇମାମି କାଗଜ କଳରେ ମଙ୍ଗବାର ଦିନ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି । ଏହାଫଳରେ ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିଲା ବେଳେ କିଛି କାଗଜ ପତ୍ର ପୋଡି…

୬ ମନ୍ତ୍ରୀଙ୍କୁ ହଟାଇବାକୁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ କମଲନାଥ

ଭୋପାଲ: ୬ଜଣ ମନ୍ତ୍ରୀଙ୍କୁ ହଟାଇବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଚିଠି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ପ୍ରମୁରାମ ଚୌଧୁରୀ, ମହିନ୍ଦ୍ର ସିଂ, ଇମରତି ଦେବୀ, ଗୋବିନ୍ଦ ସିଂ ରାଜପୁର, ତୁଲସୀ ସିଲାବଟ, ପ୍ରଦ୍ୟୁମ୍ନ ସିଂ ତୋମାରଙ୍କୁ ମନ୍ତ୍ରୀମଣ୍ଡାଳରୁ ହଟାଇବା ପାଇଁ…

ସିନ୍ଧିଆଙ୍କ ପରେ ଇସ୍ତଫା ଦେଲେ ୨୦ କଂଗ୍ରେସ ବିଧାୟକ

ଭୋପାଲ: ମଧ୍ୟପ୍ରଦେଶ ରାଜନୈତିକ ସମୀକରଣରେ ନୂଆମୋଡ ନେଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପରେ ୨୦ ଜଣ କଂଗ୍ରେସ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇଥିବା ଏହି ବିଧାୟକଙ୍କ ମଧ୍ୟରେ ୫ ଜଣ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ସେମାନେ ବିଧାନସଭାର ବାଚସ୍ପତିଙ୍କୁ ନିଜ…

କାଠଯୋଡି ନଦୀରେ ବୁଡି ୨ ଯୁବକ ମୃତ

କଟକ: ହୋଲିରେ ଅଘଟଣ । କାଠଯୋଡିରେ ନଦୀରେ ବୁଡି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ନିଶାନ୍ତ ପାଢ଼ୀ ଓ ଶୁଭମ୍ କୁମାର ବେହେରା । ସେମାନଙ୍କ ଘର ନେତାଜୀ ନଗର ଅଂଚଳରେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଦୁଇ ଯୁବକ ହୋଲି ଖେଳସାରି କାଠଯୋଡି ନଦୀକୁ ଗାଧୋଇବାକୁ ଯାଇଥିଲେ ।…

ଓଲିଉଡରେ ରଙ୍ଗର ଫୁଆରା..ଲୋକପ୍ରିୟ ଓଡିଆ ହୋଲି ଗୀତ

ସଙ୍ଗୀତ ବିନା ରଙ୍ଗର ପର୍ବ ହୋଲି ଅଧୁରା । ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଜଣାଇବା ସହ ଗୀତର ତାଳେ ତାଳେ ସମସ୍ତେ ଝୁମିବାକୁ ପସନ୍ଦ କରନ୍ତି । ଓଡିଆ ସିନେମା ଓ ଆଲବମ ଦୁନିଆର କିଛି ଲୋକପ୍ରିୟ ଗୀତ ସବୁ ହୋଲି ଓଡିଆଙ୍କ ମନକୁ ରୋମାଞ୍ଚୀତ କରିଥାଏ । ହୋଲିକୁ ନେଇ ସବୁଠାରୁ ଲୋକପ୍ରିୟ ଓଡିଆ…